ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
କଟକ, (ଓଡିଶା ଟାଇମ୍): ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବା ବେଳେ ଘଟିଲା ଅଘଟଣ । ପ୍ରଖର ସୁଅରେ ଓଲଟିଲା ଓଡ୍ରାଫ୍ ଟିମ୍ର ବୋଟ୍ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୋଟ୍ରେ ୭ଜଣ ଥିବା ଜଣାପଡିଛି । ବୋଟ୍ରେ ଓଡ୍ରାଫ୍ ଟିମ୍ ସହ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଥିବା ଜଣାପଡିଛି । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାରକାରୀ ଟିମ୍ ପାଇଁ ଏହା ନିହାତି ବଡ ଚ୍ୟାଲେଞ୍ଜ ହୋଇଛି
ମୁଣ୍ଡଳୀ ବ୍ୟାରେଜ୍ରେ ଫଶିଛି ଦନ୍ତା: ଉଦ୍ଧାର କରିବାକୁ ଯାଇ ଓଲଟିଲା ବୋଟ, ସାମ୍ବାଦିକ ଉଦ୍ଧାର