ଆସନ୍ତାକାଲିଠାରୁ ଓଡ଼ିଶା ମହିଳା ଫୁଟବଲ ଲିଗ୍‍

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶା ମହିଳା ଫୁଟବଲ ଲିଗ୍‍ ୨୦୨୦-୨୦୨୧ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରାଯାଇଛି। ୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ଏହାର ଫାଇନାଲ ମ୍ୟାଚ ୨୭ ମାର୍ଚ୍ଚ ୨୦୨୧ ରେ ଅନୁଷ୍ଠିତ ହେବ। ୩୦ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩୦ଟି ମ୍ୟାଚ ଖେଳାଯିବ।

ଏହି ସାମ୍ବାଦିକ ସମିଳନୀରେ କ୍ରୀଡା ସଚିବ ଭିସାଲ ଦେବ, ଫୁଟବଲ ଆସୋସିଏସନ ଅଫ ଓଡିଶାର ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *