ଜୁଲାଇ ୧ରୁ ଟଙ୍କିକିଆ ମାଣ୍ଡିଆ ଯୋଜନା

ଭୁବନେଶ୍ଵର, (ଓଟି): ଏଣିକି ମାଣ୍ଡିଆ ଚାଷୀଙ୍କୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ। ମିଲେଟ୍‌ ମିଶନ ଜରିଆରେ ସର୍ବନିମ୍ନ ୨୮୯୭ ଟଙ୍କା ଦେଇ ରାଜ୍ୟ ସରକାର ମାଣ୍ଡିଆ ଚାଷୀଙ୍କଠୁ ମାଣ୍ଡିଆ କିଣିବେ। ଏହାଦ୍ଵାରା ମାଣ୍ଡିଆ ଚାଷ ପ୍ରୋତ୍ସାହିତ ହୋଇପାରିବ ବୋଲି ଆଶା କରାଯାଇଛି। ଆଉ କିଣାଯାଉଥିବା ଏହି ମାଣ୍ଡିଆକୁ ସାଧାରଣ ବଣ୍ଟନ ଯୋଜନାରେ ଲାଗୁ କରାଯାଇ କିଲୋପିଛା ୧ ଟଙ୍କା ଦରରେ ଯୋଗାଇ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଏହି ଯୋଜନାକୁ ଲାଗୁ କରିବାକୁ ସରକାର ସ୍ଥିର କରିଛନ୍ତି। କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଅନୁସାରେ ସରକାର ଏବର୍ଷ ୧ ଲକ୍ଷ କ୍ୟୁଣ୍ଟାଲ୍‌ ମାଣ୍ଡିଆ କିଣିବେ। ପ୍ରଥମ ପର୍ଯ୍ୟାୟରେ ୧୭ ହଜାର ୫୦୦ କ୍ୟୁଣ୍ଟାଲ୍‌ ମାଣ୍ଡିଆକୁ ରାସନ୍‌କାର୍ଡ଼ଧାରୀଙ୍କୁ ବଣ୍ଟନ କରାଯିବ। ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡା ଏବଂ ରାୟଗଡା ଆଦି ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ହିତାଧୀକାରୀଙ୍କ ପାଇଁ ଏହି ଯୋଜନା ଲାଗୁ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *