ସରକାର ବିକିଲେ ପିଆଜ: କଟକରେ ୪୯, ଝାରସୁଗୁଡ଼ାରେ ୫୮

ଭୁବନେଶ୍ଵର, (ଓଟି): ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ ହୋଇଛି।  ସ୍ଥିତି ସ୍ୱାଭାବିକ
ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ପିଆଜ କିଣି ବିନା ଲାଭ ଓ କ୍ଷତିରେ ସୁଲଭ ମୂଲ୍ୟ ଦୋକାନ ଏବଂ ମୈତ୍ରୀ
ଷ୍ଟୋରରେ ପିଆଜ ବିକ୍ରି କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ
ପତ୍ର ଲେଖା ଯୋଇଥିବା ପରିପ୍ରେକ୍ଷୀରେ ଗୁରୁବାରଠାରୁ ଜିଲ୍ଲାଗୁଡ଼ିକରେ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରି
ଆରମ୍ଭ କରାଯାଇଛି ।

ବିଭାଗ ପକ୍ଷରୁ କଟକରେ କିଲୋପ୍ରତି ୪୯ ଟଙ୍କା  ପିଆଜ ଖାଉଟିମାନଙ୍କୁ ବିକ୍ରି କରାଯାଇଥିବାବେଳେ ଅନୁଗୋଳରେ ୫୫ଟଙ୍କା, ସଞ୍ଚଲ ପୁର ୫୨ ଟଙ୍କା, ବଲାଙ୍ଗୀର ୫୫ଟଙ୍କା, ଝାରସୁଗୁଡ଼ା ୫୮ ଟଙ୍କା, ଖୋର୍ଦ୍ଧା ୫୦ ଟଙ୍କା, ବାରିପଦାରେ ୫୦ ଟଙ୍କା, ଢେଙ୍କାନାଳ ୪୮ ଟଙ୍କା, ଭଦ୍ରକ ୪୮ ଟଙ୍କା, ନୂଆ ପଡ଼ା ୫୦ ଟଙ୍କା, ଜୟ ପୁର ୫୨ ଟଙ୍କା, ବ୍ରହ୍ମ ପୁର ୪୨ ଟଙ୍କା, ଭବାନୀ ପାଟଣା ୫୫ ଟଙ୍କା, ବାଲେଶ୍ୱର ୫୨ ଟଙ୍କା, କେନ୍ଦ୍ରା ପଡ଼ା ୫୫ ଟଙ୍କା, କେନ୍ଦୁଝର ୫୨ ଟଙ୍କା ଏବଂ ରାୟଗଡ଼ାରେ କେଜି ପ୍ରତି ୪୩ ଟଙ୍କାରେ ପିଆଜ ବିକ୍ରି କରାଯାଉଛି ।

Leave a Reply

Your email address will not be published. Required fields are marked *