ରାଜ୍ୟ ବଜେଟ୍‍ ଉପସ୍ଥାପିତ: ୧୦ ମେଡିକାଲ୍‍ କଲେଜ ସ୍ଥାପନ ଲକ୍ଷ୍ୟ

ଭୁବନେଶ୍ୱର, (ଓଟି) : ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ପ୍ରଥମ ବଜେଟ। ପ୍ରଥମେ କୃଷି ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ ସେ ଅନ୍ୟାନ୍ୟ କ୍ଷେତ୍ର ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ। ମୁଖ୍ୟ ଆକର୍ଷଣ ରହିଛି କାଳିଆ ଯୋଜନା ଏବଂ 10 ନୂଆ ମେଡିକାଲ କଲେଜ ସ୍ଥାପନ।

ସେ ଉପସ୍ଥାପନ କରିଥିବା ରାଜ୍ୟ ବଜେଟର ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ରହିଛି । ଏହା ମଧ୍ୟରୁ ପ୍ରଶାସନିକ ବ୍ୟୟ ଅଟକଳ ୫୭,୩୫୦ କୋଟି, ସରକାରୀ କର୍ମଚାରୀଙ୍କ ଦରମା ଖର୍ଚ୍ଚ ୨୫,୫୦୦ କୋଟି ଟଙ୍କା, ସୁଧ ପରିଶୋଧ ପାଇଁ ୧୩,୩୦୦ କୋଟି, କାର୍ଯ୍ୟକ୍ରମ ପରିଚାଳନା ବ୍ୟୟ ଅଟକଳ ୭୬,୬୦୦ କୋଟି ରହିଛି ।

ଏଥର ବଜେଟରେ ସରକାର କୃଷି,ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପରିଚାଳନା,ପାନୀୟ ଜଳ, ମହିଳା ସଶକ୍ତିକରଣ ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପାଇଁ ମୋଟ ୬୮୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନା ରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୫୭୮ କୋଟିର ବ୍ୟୟବରାଦ କରାଯାଇଛି । ରାଜ୍ୟରେ ୧୦ଟି ମେଡିକାଲ କଲେଜ ସ୍ଥାପନ ପାଇଁ ଯୋଜନା ରହିଛି ।

ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରପୀଡିତ ରାଜ୍ୟ ଭାବେ ଜଣାଶୁଣା । ଗତ ମଇ ମାସରେ ଭୀଷଣ ସାମୁଦ୍ରିକ ମହାବାତ୍ୟା ଫନି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ବିପର୍ଯ୍ୟୟ ପରିଚାଳନା, ଦୀର୍ଘ ମିଆଦୀ ଭିତ୍ତିଭୂମି ନିର୍ମାଣ ଲାଗି ଏଥର ବଜେଟରେ ସରକାର ୪୬୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଫନି ପ୍ରଭାବିତ ଅଞ୍ଚଳରେ ପ୍ରାୟ ୫ ଲକ୍ଷ ପକ୍କା ଘର ନିର୍ମାଣ ହେବ ।

ଅନ୍ୟପକ୍ଷରେ ଶିକ୍ଷା ଉପରେ ମଧ୍ୟ ବଜେଟରେ ଫୋକସ ରହିଛି । ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଦକ୍ଷତା ବିକାଶ ପାଇଁ ୧୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ମାଧ୍ୟମରେ ଆଇଟିଆଇ, ପଲିଟେକନିକ ଗୁଡ଼ିକର ବିକାଶ କରାଯିବ। ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ୧୦୦ କୋଟିର ବ୍ୟବସ୍ଥା କରାଯାଇଛି । ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟିର ବ୍ୟୟବରାଦ କରାଯାଇଛି ।

ଅନ୍ୟପକ୍ଷରେ ମମତା ଯୋଜନା ପାଇଁ ୩୦୫ କୋଟି, ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୯୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ମୁଖ୍ୟାଂଶ

ବସୁଧା-ପାନୀୟ ଜଳ ଯୋଗାଣ
ନଗରାଂଚଳ ଜଳ ଯୋଗାଣ-୩୮୫ କୋଟି
ଗ୍ରାମାଂଚଳ ଜଳ ଯୋଗାଣ-୫୦୦ କୋଟି
ସ୍ମାର୍ଟ ଫୋନ-୩୦୦୦ଟଙ୍କା

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୬୮୨୮ କୋଟି
ଫୋନି ଅଂଚଳରେ ୫ଲକ୍ଷ ପକ୍କା ଘର ନିର୍ମାଣ ଯୋଜନା-୪୮୨୦କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ-୧୦ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା
ଓଡ଼ିଆ ଭାଷାର ଉନ୍ନତି ପାଇଁ-୧୭୪ କୋଟି
କ୍ରୀଡ଼ା-୨୬୬କୋଟି
ମଧୁବାବୁ ପେନସନ-୨୧୬୦ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-୩୦୧କୋଟି
ସ୍ୱଚ୍ଛଭାରତ ମିଶନ-୨୮୦୦ କୋଟି


ବିଦ୍ୟୁତ ଯୋଗାଣ-୫୩୩
ବିଜୁ ଗ୍ରାମଜ୍ୟୋତି ଯୋଜନା
ଓଡ଼ିଆ ବିଶ୍ୱବିଦ୍ୟାଳୟ-୧୫କୋଟି
ମମତା ଯୋଜନା-୩୦୫ କୋଟି
ମିଶନ ଶକ୍ତି-୧୩୦ କୋଟି
ଏସଏମ ଇ ୧୯୨କୋଟି


ଭୁବନେଶ୍ୱର-ରାଉରକେଲା ସ୍ମାର୍ଟସିଟି-୪୦୦ କୋଟି
କାଳିଆରେ ସାମିଲ ହେଲେ ୭୫ ଲକ୍ଷ ହିତାଧିକାରୀ
କାଳିଆ ପାଇଁ ୫୬୧୧ କୋଟି ବ୍ୟୟବରାଦ
ପ୍ରଧାନମନ୍ତ୍ରୀ କୃଷି ଯୋଜନା-୨୧୮ କୋଟି
ଚାଷକୁ ସାର ପାଇଁ-୧୦୦କୋଟି
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା-୪୦୦ କୋଟି
ଅସଂପୂର୍ଣ୍ଣ ଜଳସେଚନ ପ୍ରକଳ୍ପ-୧୮୬୧ କୋଟି


୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନାସୁଧରେ ଋଣ
ନବକୃଷ୍ଣ ସେଚ ଉନ୍ନୟନ ଯୋଜନା-୬୩୫ କୋଟି
ଧାନ ସଂଗ୍ରହ ୪୯ ଲକ୍ଷ ୯ ହଜାର ମେଟ୍ରିକ ଟନ
କୃଷି ଶିକ୍ଷା ଓ ଗବେଷଣା ପାଇଁ-୩୦ କୋଟି
୫ ବର୍ଷର ୬ଲକ୍ଷ ହେକ୍ଟର ଜମିକୁ ଜଳସେଚନ
ବୃହତ ଉଠାଜଳସେଚନ ପାଇଁ-୧୦୭୭ କୋଟି
କୃଷି ସିଂଚନ-୨୧୮ କୋଟି
୨୦ ହଜାର ଗଭୀର ନଳକୂପ-୫୪୦ କୋଟି
କେନାଲ ମରାମତି-୩୧୪ କୋଟି
ବଜେଟ-୧୩୯୦୦ କୋଟି
ଜାତୀୟ ଉଦ୍ୟାନ-୧୦୦ କୋଟି


ମେଡିକାଲ କଲେଜ-୪୦୦ କୋଟି
ଜାତୀୟ ସ୍ୱାସ୍ଥ୍ୟସେବା ମିଶନ-୧୩୬୧ କୋଟି
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ-୫୭୮ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-୧୨୦୩ କୋଟି
ଦରମା-୫୦୦ କୋଟି
ଶିକ୍ଷ ଓ ଦକ୍ଷତା ବିକାଶ -୧୯୪୯୨ କୋଟି
ଛାତ୍ରବୃତ୍ତି-୧୪୨୫ କୋଟି
ମଧ୍ୟାହ୍ନ ଭୋଜନ-୮୪୪ କୋଟି
ବିପର୍ଯ୍ୟୟ ପ୍ରଶାସନ ପାଣ୍ଠି-୪୬୦୦ କୋଟି
କେନ୍ଦ୍ରୀୟ ଅନୁଦାନ ୩୦ ହଜାର ୫୫୯ କୋଟି

Leave a Reply

Your email address will not be published. Required fields are marked *