ଲଗାତାର ଦୁଇଦିନ ସରକାରୀ ଛୁଟି

ଭୁବନେଶ୍ଵର, (ଓଟି): ଆସନ୍ତା କାଲି ଓ ପହରଦିନ ଅର୍ଥାତ୍‌ ବୁଧବାର ଓ ଗୁରୁବାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଅଦାଲତ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ସାଧାରଣତଃ ବଡ଼ଦିନ ବା ଖ୍ରୀଷ୍ଟମାସ ପାଇଁ ଡିସେମ୍ବର ୨୫ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହେ। କିନ୍ତୁ ଏଥା ବଡ଼ଦିନ ପରଦିନ ଅର୍ଥାତ୍‌ ଗୁରୁବାରଦିନ ସୂର୍ଯ୍ୟପରାଗ ପଡ଼ୁଅଛି। ଏଣୁ ପରମ୍ପରା ଓ ପ୍ରଥା ଅନୁସାରେ ରାଜ୍ୟ ସରକାର ସୂର୍ଯ୍ୟପରାଗକୁ ଛୁଟି ବୋଲି ଘୋଷଣା କରିଛନ୍ତି। 

ଏକ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛନ୍ତି ଯେ, ଓଡ଼ିଶା ସରକାର ୨୬ ତାରିଖ ଦିନକୁ ଛୁଟି ଘେଶଷଣଶ କରିଛନ୍ତି। ଏହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ରାଜସ୍ଵ ଓ ମାଜିଷ୍ଟ୍ରେଟ୍‌ କୋର୍ଟ ସବୁ ବନ୍ଦ ରହିବ। ସୂର୍ଯ୍ୟ ପରାଗକୁ ଆଖି;ର ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଗୁରୁବାରଦିନ ସାଢ଼େ ରାଜ୍ୟରେ ସୂର୍ଯ୍ୟପରାଗ ଦୃଷ୍ଟିଗୋଚର ହେବ। ଦିନ ୮ଟା ୧୯ ମିନିଟ୍‌ ସମୟରେ ଗ୍ରହଣ ସ୍ପର୍ଶ କରିବ ଏବଂ ୧୧ଟା ୩୦ରେ ମୋକ୍ଷ ହେବ। ଅର୍ଥାତ୍‌ ପାଖଶପାଖି ୩ଘଣ୍ଟା ୧୦ ମିନିଟ୍‌ ପରାଗ ଦୃଶ୍ୟମାନ ହେବ। 

ହିନ୍ଦୁ ପରମ୍ପରା ଅନୁସାରେ ବୁଧବାର ରାତିି ୮ଟା ୨୦ ମିନିଟ୍‌ ସମୟରେୁ ଏଥିଲାଗି ପାକ ନିଷେଦ୍ଧ କରାଯାଇଛି। ଗୁରୁବାର ଦିନ ସାଢ଼େ ଏଗାରଟା ଯାଏ ଦେବ କାର୍ଯ୍ୟ, ପୂଜା ଓ ପାକ ନିଷିଦ୍ଧ ରହିଛି। 

Leave a Reply

Your email address will not be published. Required fields are marked *