କରୋନା ଅପ୍‌ଡେଟ୍‌: ଚତୁର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୭ ଲୋକ, ୧୮ ତାରିଖରେ ଦୁବାଇରୁ ଫେରିଥିଲେ,

ଭୁବନେଶ୍ଵର, (ଓଟି): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଚତୁର୍ଥ ରୋଗୀଙ୍କୁ ମଙ୍ଗଳବାରଦିନ ଚିହ୍ନଟ କରାଯାଇଛି। ସେ ଜଣେ ୨୯ ବର୍ଷୀୟ ଓଡ଼ିଆ ପ୍ରଫେସନାଲ୍‌ ଏବଂ ୧୮ ତାରିଖରେ ଦୁବାଇରୁ ଫେରିଥିଲେ ବୋଲି ରାଜ୍ୟ କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ତାଙ୍କୁ ଆବଶ୍ୟକ ଚିକିତ୍ସର ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।

ଏଭିତରେ ରାଜ୍ୟର ୩ଟିଯାକ କୋଭିଡ୍‌-୧୯ ଭୁତାଣୁ ପରୀକ୍ଷଣ ଲାବ୍‌ରେ ୬୧୦ଟି ସାମ୍ପଲ୍‌ ପରୀକ୍ଷା କରାଯାଇଛି । ସେଥିରୁ ୪ଟି ପଜିଟିଭ୍‌ ଆସିଛି। ପ୍ରଥମ ପଜିଟିଭ୍‌ଙ୍କୁ ମାର୍ଚ ୧୫ ତାରିଖରେ ଏବଂ ଦ୍ଵିତୀୟ ପଜିଟିଭ୍‌ଙ୍କୁ ୧୮ ତାରିଖରେ ଚିହ୍ନଟ କରାଯାଇଥିଲା। ଉଭୟ ବିଦେଶଯାତ୍ରାରୁ ଫେରିଥିଲେ। ଏମାନଙ୍କ ସମ୍ପର୍କରେ ୫୫ ଜଣ ସଂସ୍ପର୍ଶରେ ଆସିଥିବା ରାଜ୍ୟ ସରକାର ଚିହ୍ନଟ କରିବା ପରେ ସେମାନଙ୍କୁ ଆବଶ୍ୟକ ସମୟ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରଖାଯାଇଥିଲା।  ସେହିପରି ୨୬ ତାରିଖରେ ତୃତୀୟ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ତାଙ୍କୁ ସରକାର ସୁପର ସ୍ପେ୍ରଡର ହେବେ ବୋଲି ଆଶଙ୍କା କରିଥିଲେ। କାରଣ ସେ ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ ବୁଲିଥିଲେ। ୧୧୨ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଏଯାଏ ଏହି ସନ୍ଦିଗ୍ଧଙ୍କ ଭିତରୁ କାହାରି ଦେହରେ କରୋନା ଭୁତାଣୁ ଚିହ୍ନଟ କରାଯାଇ ନାହିଁ।

ବୁଧବାରଦିନ ଚିହ୍ନଟ କରାଯାଇଥିବା କରୋନା ରୋଗୀ ଭଦ୍ରକ ଜିଲ୍ଲାର। ସେ ମାର୍ଚ ୧୮ ତାରିଖରେ ଦୁବାଇରୁ କୋଲକତା ଆସିଥିଲେ ।ସେଠାରୁ ଇଷ୍ଟକୋଷ୍ଟ ଟ୍ରେନ୍‌ ଯୋଗେ ନିଜ ଘରକୁ ଫେରିଥିଲେ। ସେ ସେବେଠାରୁ ଘରେ ପୃଥକ ହୋଇ ରହିଥିଲେ। କିନ୍ତୁ ୩୦ ତାରିଖରେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କରଠାରୁ ସରମ୍ପଲ୍‌ ପରୀକ୍ଷା ପାଇଁ ଅଣାଯାଇଥିଲା। ଯାହା ପଜିଟିଭ୍‌ ବୋଲି ଜଣାପଡ଼ିଛି। ସେ ସାତ ଜଣଙ୍କ ସଂସ୍ପର୍ଶରେ ଆସିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସେମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଵାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ଏଯାଏ ଓଡ଼ିଶାରର ୬୧୦ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ କରାଯାଇଛି। ସେମାନଙ୍‌କ ଭିରୁ ୪ ଜଣଙ୍କୁ ଛାଡ଼ିଲେ ଅନ୍ୟମାନଙ୍କଠାରେ କରୋନା ଭୁତାଣୁ ନେଗେଟିଭ୍‌ ରହିଛି।

ବିଦେଶ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଭିତରୁ ୧୫୦୪୫ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ଯୋଗେ ପଞ୍ଜିକୃିତ ହୋଇଛନ୍ତି।  ସେମାନଙ୍କ ଭିତରୁ ୪୩୩୨ଜଣ ବିଦେଶ ଫେରନ୍ତା ବୋଲି ସରକାର କହିଛନ୍ତି।

 

Leave a Reply

Your email address will not be published. Required fields are marked *