କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ଜଣାପଡିଛି । ତେବେ ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିବା ଜଣାପଡିଛି । ତେବେ ନବୀନ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ପରେ ସେ ଦ୍ବିତୀୟ ଡୋଜ୍ ନେବେ ବୋଲି ଜଣାପଡିଛି ।
ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ପହିଲାରୁ ସାରା ଦେଶରେ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ବରିଷ୍ଠ ନାଗରିକ ତଥା ୬୦ ବର୍ଷରୁ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି କରୋନା ଟିକା ନେବାର ବ୍ୟବସ୍ଥା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋମବାର ଦିନ କରୋନା ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀ କୋଭାକ୍ସିନ୍ ଟିକା ନେଇଥିବା ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।