ଅଗଷ୍ଟ ୩ୟ ସପ୍ତାହ ସୁଦ୍ଧା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ, ଶେଷ ସପ୍ତାହରେ କଳା ପରୀକ୍ଷାଫଳ
ଭୁବନେଶ୍ବର, (ଓଡିଶା ଟାଇମ୍) : ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଇଛନ୍ତି ଏହି ସୂଚନା । ସେ କହିଛନ୍ତି ଯେ ଖାତା ଦେଖା ସରିଛି ଓ ଟାବୁଲେସନ ଚାଲିଛି । ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୩ୟ ସପ୍ତାହ ଓ କଳା ପରୀକ୍ଷାଫଳ ଶେଷ ସପ୍ତାହରେ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଛି ।
ସେପଟେ ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ଦୁଇ କଲେଜର ଶିକ୍ଷକଙ୍କୁ ଦିଆଯାଉଛି ଅନଲାଇନ୍ ତାଲିମ୍ । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆଜିଠାରୁ ୫ ଦିନ ଧରି ଶିକ୍ଷକମାନଙ୍କୁ ଟ୍ରେନିଂ ଦେବା ପାଇଁ ଆୟୋଜନ ହୋଇଛି ।
ଛାତ୍ରଛାତ୍ରୀଙ୍କୁ କିଭଳି ଅନଲାଇନ୍ ଶିକ୍ଷା ଦେଇ ହେବ, ଶିକ୍ଷାନୁଷ୍ଠାନରେ କରୋନା ପାଇଁ ଯେପରି ଶିକ୍ଷାଦାନ ଓ ରେଜଲ୍ଟ ପ୍ରଭାବିତ ନହେବ ସେଥିଲାଗି ଶିକ୍ଷକମାନଙ୍କୁ ତାଲିମ୍ ଦିଆଯିବ ।