କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ

ବୁର୍ଲା, (ଓଡିଶା ଟାଇମ୍) :ବୁର୍ଲାରେ କୋଭିଡ ସଂକ୍ରମଣକୁ ନଜରରେ ରଖି ଜରୁରୀ ନୋଟିସ ଜାରି କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ବି. ଶତପଥୀ ଏହି ନୋଟିସ ଜାରି କରିଛନ୍ତି । କୋଭିଡ ନିୟମ କଡାକଡି କରିବା ପାଇଁ ନୋଟିସରେ ଉଲ୍ଲେଖ ରହିଛି ।

ସନ୍ଧ୍ୟା ୭ ଟା ୩୦ ଭିତରେ ହଷ୍ଟେଲକୁ ଛାତ୍ରମାନେ ଫେରିବା ନେଇ ଓ୍ୱାର୍ଡେନ୍ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗାର୍ଲସ୍ ହଷ୍ଟେଲକୁ ମଧ୍ୟ ଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରିବା ନେଇ ନୋଟିସରେ ଉଲ୍ଲେଖ ରହିଛି । ଜରୁରୀ କାମ ନଥିଲେ ହଷ୍ଟେଲରୁ ବାହାରକୁ ନବାହାରିବା ନେଇ ପତ୍ରରେ ଉଲ୍ଲେଖ ରହିଛି ।

ସେହିପରି କରୋନା ଲକ୍ଷଣ ଜଣାପଡ଼ିଲେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବୁର୍ଲାକୁ ସିଫ୍ଟ କରି ପରୀକ୍ଷା ପାଇଁ ନିର୍ଦ୍ଦେଶ ରହିଛି । ଏହାସହ ନୋଟିସରେ ଆମ୍ବୁଲାନ୍ସ ଡ୍ରାଇଭର, ମେଡିକାଲ ଅଫିସର୍ ଓ ଭୀମସାର ନିର୍ଦ୍ଦେଶକଙ୍କ ନମ୍ବର ରହିଛି ।

Leave a Reply

Your email address will not be published. Required fields are marked *