ଏମ୍ସ ରିପୋର୍ଟରେ ବଡ଼ ଖୁଲାସା : ସୁଶାନ୍ତଙ୍କ ଶରୀରରେ ମିଳିଲା ନାହିଁ ବିଷ
ମୁମ୍ବାଇ, (ଓଡିଶା ଟାଇମ୍) :ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସର ଫରେନସିକ୍ ଟିମ୍ ଓ ସିଏଫଏସଏଲଙ୍କ ଏକ୍ସପର୍ଟଙ୍କ ମଧ୍ୟରେ କିଛି ଦିନ ତଳେ ଏକ ବୈଠକ ବସିଥିଲା। ଏମ୍ସ ତରଫରୁ କରାଯାଉଥିବା ଫରେନସିକ ତଦନ୍ତ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହି ରିପୋର୍ଟରୁ ଏବେ ସତ ସାମ୍ନାକୁ ଆସିଛି। ଅର୍ଥାତ୍ ସୁଶାନ୍ତଙ୍କ ଭିସେରା ରିପୋର୍ଟ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଶରୀରରୁ କୌଣସି ପ୍ରକାର ବିଷ ମିଳି ନାହିଁ। ଅର୍ଥାତ ତାଙ୍କୁ ବିଷ ଦିଆଯାଇ ନାହିଁ। ଏବେ ପ୍ରଶ୍ନ ଉଠୁଛି ତାହେଲେ କେମିତି ହେଲା ତାଙ୍କ ମୃତ୍ୟୁ? ସିବିଆଇ ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ରହିଛି। ଏମ୍ସର ଫରେନସିକ ସାଇନ୍ସ ବିଭାଗ ଓ ସିଏଫଏସଏଲ ଫାଇଡିଂ ପ୍ରାୟ ଏକାପରି। ଅବଶ୍ୟ ଏବେ ଆବଶ୍ୟକ ପଡ଼ିଲେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇପାରେ।
ସୁଶାନ୍ତଙ୍କ ସହ ରହୁଥିବା ଲୋକ ମଧ୍ୟ ତଦନ୍ତରେ ବହୁ ଗୁରୁତ୍ବପୂଣ୍ର୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏତଲାରେ ଦର୍ଜ କରାଯାଇଥିବା କୌଣସି ନାଁକୁ ଏବେ ସୁଦ୍ଧା କ୍ଲିନଚିଟ୍ ମିଳି ନାହିଁ। କୁପର ହସପିଟାଲ ଡାକ୍ତରଙ୍କୁ ମଧ୍ୟ ଏନେଇ କ୍ଲିନଚିଟ୍ ଦିଆଯାଇ ନାହିଁ। କାରଣ କୁପର ହସପିଟାଲ ରିପୋର୍ଟକୁ ବିସ୍ତୃତ ଭାବେ ଦେଖିବାକୁ ପରାମର୍ଶ ଦିଆଯାଇଛି।