୪ ଦୋଷୀଙ୍କ ପାଇଁ ୪ର୍ଥ ଫାଶୀ ତାରିଖ
ନୂଆଦିଲ୍ଲୀ (ଓଟି): ଦୋଷୀ ୪ ଜଣ। ସେମାନଙ୍କ ପାଇଁ ୪ଥର ବାହାରିଗଲାଣି ଫାଶୀ ତାରିଖ। ଅନ୍ତିମ ୱାରେଣ୍ଟ ଅନୁସାରେ ଆସନ୍ତା ୨୦ ତାରିଖ ସକାଳ ସାଢ଼େ ୫ଟାରେ ନିର୍ଭୟା ଦୋଷୀମାନଙ୍କୁ ଦିଆଯିବ ଫାଶୀ। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏଭଳି ସାନି ମୃତ୍ୟୁ ଆଦେଶ ଜାରି କରିଛନ୍ତି।
ମାର୍ଚ୍ଚ ୨୦ରେ ଦୋଷୀଙ୍କ ମୃତ୍ୟୁ!
ସୂଚନାଯୋଗ୍ୟ ପୂର୍ବରୁ ୩ଥର ନିର୍ଭୟା ଦୋଷୀମାନଙ୍କ ଫାଶୀ ଟଳିଯାଇଛି। ବିଭିନ୍ନ କାରଣ ଦର୍ଶାଇ, ଆଇନଗତ ଦିଗ ନେଇ ଦୋଷୀଙ୍କ ଓକିଲ ବାରମ୍ବାର ଆବେଦନ କରି ଫାଶୀ ପ୍ରକ୍ରିୟାକୁ ବିଳମ୍ବ କରିଚାଲିଛନ୍ତି। ଅନ୍ୟପକ୍ଷରେ ସାନି ଫାଶୀ ଆଦେଶକୁ ନେଇ ନିର୍ଭୟାଙ୍କ ମା’ ସନ୍ତୋଷ ବ୍ୟକ୍ତ କରିଥିବାବେଳେ ଦୋଷୀମାନଙ୍କ ଓକିଲ ଏପି ସିଂହ କହିଛନ୍ତି ଆହୁରି ଆଇନଗତ ଦିଗ ବାକି ରହିଛି। ଦୋଷୀମାନେ ସୁଧୁରୁ ଥିବାବେଳେ ସେମାନଙ୍କୁ ମାରିବାକୁ ଦେଶରେ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି।
ତେବେ ଆଉ କଣ ନ୍ୟାୟିକ ପ୍ରକିୟା ବାକି ରହିଛି ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ ଉକ୍ତ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ।