ରାହୁଲଙ୍କୁ ଭେଟିଲେ ନିରଂଜନ : ୨୫ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,(ଓଟି): ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ଅବସରରେ ଓଡିଶା ପ୍ରଭାରି ଜିତେନ୍ଦ୍ର ସିଂହ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ ଅନିଲ କୁମାର ଚୌଧୁରୀ ଏବଂ ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

ରାଜ୍ୟର ରାଜନୈତିକ ସ୍ଥିତି ଏବଂ ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଛି। ତଦନୁଯାୟୀ ଖୁବଶୀଘ୍ର ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ସଗରିଆଙ୍କ ଉପରେ ହୋଇପାରେ ଦଳୀୟ କାର୍ଯ୍ୟାନୁଷ୍ଠାନ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ଥିବା ୮୦ଜଣିଆ ପ୍ରାର୍ଥୀ ତାଲିକା ଉପରେ ମଧ୍ୟ ଚୁଡାନ୍ତ ମୋହର ବାଜିଥିବା ସୂଚନା ମିଳିଛି। ଏଥିସହିତ ତାଙ୍କ ଟିମକୁ ଅନ୍ୟୁନ ୫ ବର୍ଷ ଦାୟିତ୍ବ ଦେବା ପାଇଁ ରାହୁଲଙ୍କୁ ଅନୁରୋଧ କରିଛନ୍ତି ନିରଂଜନ।

୨୫ରେ ଆସିବେ ରାହୁଲ

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ଉପକୂଳ ଓଡ଼ିଶାରେ ବିଭିନ୍ନ ଦଳିୟ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେବେ। ରାହୁଲ ଗାନ୍ଧିଙ୍କର ଡିସେମ୍ବର ମାସରେ ଆସିବାର ମଧ୍ୟ କାର୍ଯ୍ୟକ୍ରମ ଥିଲା କିନ୍ତୁ ଏହାର ସମୟକୁ ଘୁଞ୍ଚାଇ ଦିଆଯାଇଥିଲା। ଆଜି ପିପିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ରାହୁଲ ଗାନ୍ଧୀ ୨୫ ତାରିଖରେ ଆସିବେ। ଦଳୀୟ ସମାବେଶକୁ ଉଦବୋଧନ ଦେବେ।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ:

Leave a Reply

Your email address will not be published. Required fields are marked *