୨୬ରେ ନୟାଗଡ଼-ମହୀପୁର ଟ୍ରେନ୍‌

ଭୁବନେଶ୍ଵର, (ଓଟି): ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ଆଉ ପାଦେ ଆଗକୁ ବଢ଼ିଛି। ଖୋର୍ଦ୍ଧାରୁ ନୟାଗଡ଼ ଯାଏ ରେଳ ଚଳାଚଳ ବେଶ୍‌ ଲୋକପ୍ରିୟ ହେବା ପରେ ଏବେ ନୟାଗଡ଼ରୁ ମହୀପୁର ଯାଏ ରେଳ ଚଳାଚଳ ପାଇଁ ପୂର୍ବତଟ ରେଳବାଇ ପ୍ରସ୍ତୁତ ହୋଇଛି। ଆସନ୍ତା ୨୬ ତାରିଖରେ ଏହି ଟ୍ରେନ୍‌ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଛି।  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିସେମ୍ବର ୨୬ ତାରିଖ ଦିନ ଏହି କାର୍ଯ୍ୟକ୍ରମର ଆରମ୍ଭ କରିବେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। 

ଏହି ଶୁଭାରମ୍ଭ ପରେ  ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର କୁ ମହିପୁର କୁ ସମ୍ପ୍ରସାରଣ କରାଯିବ। 

ଏହାପରେ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନାଲକୋ ଦ୍ୱାରା ବ୍ରାଣ୍ଡିଙ୍ଗର ଉଦ୍ଘାଟନ କରିବେ । ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ଶୁଭାରମ୍ଭ କରାଯିବ। 

ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଓଡିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଡ଼. ରଘୁନାଥ ମହାପାତ୍ରଙ୍କ ସହିତ ବିଧାୟକ  ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ଉପସ୍ଥିତ ରହିବାକୁ ଥିବାବେଳେ ନୟାଗଡ଼ ଟାଉନ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମନ୍ତ୍ରୀ  ଅରୁଣ କୁମାର ସାହୁ, ସାଂସଦ  ପିନାକୀ ମିଶ୍ର ଓ ଅଚ୍ୟୁତ ସାମନ୍ତଙ୍କ ସହିତ ବିଧାୟକ  ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *