କରୋନା ପ୍ୟାକେଜ୍‌କୁ ନବୀନଙ୍କ ସ୍ଵାଗତ; ଲକ୍ଷାଧିକ ନିଯୁକ୍ତି ସୃଷ୍ଟି ହେବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ‘ଆତ୍ମ ନିର୍ଭରଶୀଳ ଭାରତ’ ଯୋଜନା ବା କରୋନା ଯୋଗୁ  ବିପର୍ଯ୍ୟସ୍ତ ଅର୍ଥନୀତିକୁ ପ୍ରୋତ୍ସାହନ କରିବା ଲାଗି ଘୋଷଣା କରାଯାଇଥିବା  ପ୍ରୋତ୍ସାହନ ପ୍ୟାକେଜ୍‌କୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଏହାି ପ୍ୟାକେଜ୍‌ର ବ୍ୟାଖ୍ୟା ପରେ ନବୀନ କହିଛନ୍ତି ଏହା ଦେଶରେ ଆଶା ସୃଷ୍ଟି କରିବ। ଲକ୍ଷାଧିକ ନିଯୁକ୍ତି ସମ୍ଭାବନା ଏହାଦ୍ଵାରା ଜନ୍ମ ନେବ।
ଟ୍ବିଟରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ‘ ଅର୍ଥମନ୍ତ୍ରୀ ନିର୍ମଳା ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଆଶଶ ସଞ୍ଚାର କରିଛନ୍ତି। ଏହି ପ୍ରୋତ୍ସାହନ ପ୍ୟାକେଜ୍‌ ଏମ୍‌ଏସ୍‌ଏମ୍ଇ‌ କ୍ଷେତ୍ରରେ ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
କୋଭିଡ୍‌ ୧୯ ପ୍ରଭାବରେ ଏବେ ସାରା ଦେଶରେ ହତାଶା ମନୋଭାବ ସୃଷ୍ଟି ହୋଇଛି। ଦେଶର ପ୍ରତିଟି ବ୍ୟକ୍ତି କୌଣସି ନା କୌଣସି  ଭାବେ ପ୍ରଭାବିତ ହୋଇଛି। ଅର୍ଥନୀତିକ ସ୍ତର ବିପର୍ଯ୍ୟସ୍ତ ହୋଇଛି। ଏଭଳି କ୍ଷେତ୍ରରେ ଏକ ଅର୍ଥନୀତିକ ପ୍ୟାକେଜ୍ ଯଥେଷ୍ଟ ଗୁରୁତ୍ଵ ବହନ କରିଥାଏ। ବିଦେଶର ପ୍ରତିଟି ବିକାଶଶୀଳ ଦେଇ କରୋନା ପୀଡ଼ାରୁ ମୁକ୍ତି ପାଇବା ଲାଗି ଏହିପରି ପ୍ରୋତ୍ସାହନ  ରାଶି ଘୋଷଣା କରିଛନ୍ତି। ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଗତକାଲି ଘୋଷଣା କରିଥିଲେ। ଏହାକୁ ଆଜି ଅର୍ଥମନ୍ତ୍ରୀ ବ୍ୟାଖ୍ୟା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଅର୍ଥନୀତିକ ପ୍ରୋତ୍ସାହନ ପ୍ୟାକେଜ୍‌ ଦେଶର ଶ୍ରମିକ ଶ୍ରେଣୀ ମନରେ ଯେଉଁ ନିରାଶା ଆସିଛି ତାହାକୁ ପ୍ରଶମିତ କରିବାରେ ସହାୟକ ହେବ। କୋଭିଡ୍‌୧୯ ଏବଂ ଏହାକୁ ରୋକିବା ଲାଗି ସରକାର ଯେଉଁ ସର୍ବ ଭାରତୀୟ ଲକ୍‌ଡଉେନ୍‌ ଘୋଷଣା କରିଛନ୍ତି ସେଥିରେ ସେମାନେ ପ୍ରଭାବିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *