ଦୁଃଖ ସମୟରେ ନଥିବା ଲୋକମାନେ ନିର୍ବାଚନ ଆସିଲେ କୁମ୍ଭୀର କାନ୍ଦଣା କାନ୍ଦନ୍ତି : ନବୀନ

  • ଓଡିଶା ବାସୀଙ୍କ ସେବା କରିବା ପାଇଁ ମୁଁ ପାଖରେ ଅଛି ଓ ରହିବି
  • ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ବର୍ଗ ପାଇଁ ଆମର ଯୋଜନା ରହିଛି
  • କେନ୍ଦ୍ରକୁ ଟାର୍ଗେଟ କରି ୬୦ କିମି ରୋଡ ସୋ’ ଆରମ୍ଭ କଲେ ନବୀନ 

ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଆଜି ତାଙ୍କ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ ପ୍ରଚାର ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରି ୬୦ କିଲୋମିଟର ରୋଡ ଶୋ କରିଛନ୍ତି। ଏହି ଅବସରରେ ବିଜେପି ନେତାଙ୍କ ନାଁ ନ ନେଇ ଭରପୁର ବର୍ଷିଛନ୍ତି। ସେମାନେ ଦୁଃଖ ସମୟରେ ନଥାନ୍ତି, ନିର୍ବାଚନ ଆସିଲେ ହିଁ ଦେଖାଦେଇ କୁମ୍ଭୀର କାନ୍ଦଣା କାନ୍ଦି ଥାନ୍ତି ବୋଲି ନବୀନ ଲୋକଙ୍କୁ ବୁଝାଇବାକୁ ଚାହିଁଛନ୍ତି। ସେ ସବୁବେଳେ ଲୋକଙ୍କ ସେବାରେ ଅଛନ୍ତି, ସେମାନଙ୍କ ସହ ସବୁବେଳେ ରହିଥିବେ। ଏଥିସହ ଭୋଟ ପାଇଁ ଆସୁଥିବା ବିଜେପି ନେତାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାହିଁକି କାର୍ଯ୍ୟ କରିନ ବୋଲି ପ୍ରଶ୍ନ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

ନବୀନ ତାଙ୍କ ଭାଷଣରେ ପ୍ରଶ୍ନ ପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତି ମଧ୍ୟରେ ଦୁଇଥର ନିର୍ବାଚନ ପ୍ରଚାରରେ ଆସି ନବୀନ ସରକାରଙ୍କୁ କଡା ସମାଲୋଚନା କରି ଯାଇଛନ୍ତି। ନବୀନ ଆଜି ନାଁ ନ ନେଇ ପାଲଟା ଜବାବ ଦେଇ ନିର୍ବାଚନ ସମୟରେ ଆସି ବଡବଡ କଥା କୁହନ୍ତି ବୋଲି ତାତ୍ସଲ୍ୟ କରିଛନ୍ତି।

ନବୀନ ଲୋକଙ୍କୁ କହିଛନ୍ତି, ମୁଁ କିଛି ତଥ୍ୟ ଆପଣମାନଙ୍କ ବିଚାର ପାଇଁ ରଖୁଛି। ଫାଇଲିନ, ହୁଡୁହୁଡ, ତିତିଲି ଓ ମରୁଡି ହେଲା ଆସିଲେ ନାହିଁ। କିନ୍ତୁ ନିର୍ବାଚନ ହେଲା ଭୋଟ ପାଇଁ ଆସିଗଲେ। ବିଜେପିର ବଡବଡ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ତାଙ୍କୁ ପଚାରନ୍ତୁ କୁଆଡେ ଗଲା ସୀତାପଲ୍ଲୀ ରେଲଓ୍ବେ କାରଖାନା। କୁଆଡେ ଗଲା ସ୍ୱତନ୍ତ୍ର ପାହ୍ୟ ରାଜ୍ୟର ମାନତ୍ୟ ପ୍ରତିଶ୍ରୁତି। କୁଆଡେ ଗଲା ମହିଳା ଆରକ୍ଷଣ ପ୍ରତିଶ୍ରୁତି।

ଚାଷୀ ହଇରାଣ ହେଉଛନ୍ତି ବୀମା ପଇସା ନେଇ କମ୍ପାନୀ ଲାଭବାନ। ବନ୍ୟା ଓ ବାତ୍ୟାରେ ଓଡିଶାକୁ ସାହାଯ୍ୟ ମିଳୁନାହିଁ। କାହିଁକି ଅନୁସୁଚିତ ଜାତି ଜନଜାତି ପିଲାଙ୍କ ବୃତ୍ତି ବନ୍ଦ କଲେ। କୁଆଡେ ଗଲା ପ୍ରତିବର୍ଷ ୨କୋଟି ଚାକିରି ହିସାବରେ ୫ବର୍ଷରେ ୧୦ କୋଟି ଚାକିରି। ପ୍ରତି ଘରୁ ଜଣଙ୍କୁ ଚାକିରି ପାଇବା କଥା ହୋଇପାରିଲା କି ? ଆପଣଙ୍କ ନିଜ ଗାଁରେ ଦେଖନ୍ତୁ। ନବୀନ ଆହୁରି ଲୋକଙ୍କୁ ବୁଝାଇଛନ୍ତି ଯେ, ନିର୍ବାଚନ ଆସିଲେ ସେମାନେ ଆସିବେ ଓ ବହୁତ କଥା କହିବେ। ତାହା ପରେ ଦେଖା ମିଳିବ ନାହିଁ। ସାଢେ ୪ କୋଟି ଓଡିଶା ବାସୀଙ୍କ ସେବା କରିବା ପାଇଁ ମୁଁ ପାଖରେ ଅଛି ଓ ରହିବି।

ସେ କହିଛନ୍ତି, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ବର୍ଗ ପାଇଁ ଆମର ଯୋଜନା ରହିଛି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଆଉ ୨୦ ଲକ୍ଷ ଚାଷୀଙ୍କର ଟଙ୍କା କିଛି ଅଫିସର ବିରୋଧ କରି ଅଟକାଇ ରଖିଛନ୍ତି। ଚାଷୀ ଭାଇମାନେ ତାଙ୍କୁ ଉଚିତ ଜବାବ ଦେବେ। ମୋର ଲକ୍ଷ୍ୟ ଥିଲା ସବୁ ଯୋଗ୍ୟ ଚାଷୀ ସହାୟତା ପାଇବେ, ଜଣେ ବି ଯୋଗ୍ୟ ଚାଷୀ ବଞ୍ଚିତ ହେବେ ନାହିଁ। କିନ୍ତୁ ଏହାକୁ ଅଟକାଯାଇଥିବା ନେଇ ଲୋକଙ୍କୁ ଜଣାଇଥିଲେ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ

Leave a Reply

Your email address will not be published. Required fields are marked *