ଆସିବେ ପ୍ରବାସୀ ଶ୍ରମଜୀବୀ: ଦିନକୁ ୧୫ ହଜାର କରୋନା ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାରଙକ୍ ଦ୍ଵାରା ଘୋଷିତ ଦ୍ଵିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସୀମା ୩ ତାରିଖପରେ ବଢ଼ିବ କି ନା ତାହା ଆଲୋଚନାର ବିଷୟ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଅଟକି ଥିବା ପ୍ରବାସୀ ଶ୍ରମିକଙ୍କୁ ଯେ ରାଜ୍ୟମାନଙ୍କୁ ପଠାଯିବାର ବ୍ୟବସ୍ଥା ହେବ ଏଥିରେ ସନ୍ଦେହ ନାହିଁ। ଏହି ପରିସ୍ଥିତିକୁ ଆଖିରେ ରଖି ଆବଶ୍ୟକ ପ୍ରସ୍ତୁତି ରକ୍ଷା କରିବାକୁ ଓଡ଼ିଶା ଶାସନ ଅଣ୍ଟା ଭିଡ଼ିଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ୧୯ ମୁକାବିଲା ପାଇଁ ନିୟୋଜିତ ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହୋଇଛନ୍ତି। ଶ୍ରମଜୀବୀଙ୍କ ସୁରକ୍ଷିତ ରହିବା, ସେମାନଙ୍କୁ ନିଶ୍ଚିତ କର୍ମ ଯୋଗାଣ ସହ ରାଜ୍ୟରେ ବ୍ୟାପକ ପରୀକ୍ଷଣ ପାଇଁ ସରକାର ନିର୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ନମୁନା ପରୀକ୍ଷଶ ଦୈନିକ ୧୫ ହଜାରକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି।। ଏଥିଲାଗି ଆଇସିଏମ୍‌ଆର୍‌ଙ୍କ ପକ୍ଷରୁ ଧାର୍ଯ୍ୟ ଘରୋଇ ପରୀକ୍ଷାଗାରର ସହାୟତା ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କିନ୍ତୁ ଲହା କିପରି ସମ୍ଭବ ହେବ ତାହା ଆଲୋଚନା ହୋଇ ନାହିଁ। କାରଣ ଏବେ ରାଜ୍ୟରେ ଦିନକୁ ମାତ୍ରୟ ୧୫୦୦ କରୋନା ସାମ୍ପଲ୍‌ ପରୀକ୍ଷଣ କରାଯାଉଛି। ପୁଣି ରାଜ୍ୟରେ ଆଇସିଏମ୍‌ଆର୍‌ଙ୍କ ଦ୍ଵାରା ମାତ୍ର ୮ଟି ପରୀକ୍ଷଣ ଲାବ୍‌କୁ କରୋନା ଭୁତାଣୁ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହି ଲ୍ୟାବ୍‌ଗୁଡ଼ିକ ଭିତରୁ ୪ଟି ଭୁବନେଶ୍ଵରରେ ରହିଥିବା ବେଳେ ଆଉ ୪ଟି ରାଜ୍ୟର ତିନି ମେଡିକାଲ୍‌ କଲେଜ୍‌ ଏବଂ ଗୋଟିଏ ରାଉରକେଲାର ଆଇଜି ମେଡିକାଲ୍‌ରେ ଉପଲବ୍ଧ। ଅପରପକ୍ଷେ ଭୁବନେଶ୍ଵରର ଆପୋଲୋ ହସ୍‌ପିଟାଲ୍‌ହିଁ ଏକମାତ୍ର ଘରୋଇ ଟେଷ୍ଟିଂ ଲାବ୍‌ ଭାବେ ଆଇସିଏମ୍‌ଆର୍‌ ଅନୁମତି ପାଇଛି

ପୁଣି ଏବେ ରାଜ୍ୟରେ ପରୀକ୍ଷଣ ପାଇଁ କିଟ୍‌ ଅଭାବ ରହିଛ। ଆଣ୍ଟିବଡି ଟେଷ୍ଟ ହୋଇ ପାରୁ ନାହିଁ। ଆଇସିଏମ୍‌ଆର୍‌ଙ୍କ ପକ୍ଷରୁ ଚୀନରୁ ଆସିଥିବା ଟେଷ୍ଟ କିଟ୍‌ ଠିକ୍‌ ମାନର ନୁହେଁ ବୋଲି ଘୋଷଣା କରାଗଲା ପରେ ଏବେ ଏହି ପରୀକ୍ଷଣ କିପରି ୧୦ ଗୁଣା ବଢ଼ିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସରକାର ଶ୍ରମିକମାନଙ୍କୁ ସ୍ଵାଗତ କରିବା ଏବଂ ସେମାନଙ୍କ ସୁରକ୍ଷିତ ରହିବା ଓ ଖାଇବା ବ୍ୟବସ୍ଥାକୁ ନିଷ୍ଚିତ କରାଇଛନ୍ତି। ଏହି ଶ୍ରମିକମାନଙ୍କ ପାଖଷର ଏନ୍‌ଏଫ୍‌ଏସ୍‌ଏ ବା ଏସ୍‌ଏଫ୍‌ଏ ଅଥବା ରାସନ୍‌ କାର୍ଡ଼ ଥଉେ ବା ନଥାଉ ସେମାନେ ଏବଂ ତାଙ୍କ ପରିବାର ଯେମିତି ରାସନ୍‌ ପାଇବାରେ କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଜିଲ୍ଲା ପର୍ଯ୍ୟବେକ୍ଷକ ଅଧିକାରୀମାନେ ଧ୍ୟାନ ଦେବେ। ଏହାଛଡ଼ା ସେମାନଙ୍କ ଫେରିବା ପରେ  ତୁରନ୍ତ ତାଙ୍କୁ ଯେପରି ଏକାନ୍ତବାସରେ ରଖାଯିବ ତାହା ଏହି ଅଧିକାରୀମାନେ ନିଶ୍ଚିତ କରିବେ। ଏହି ସମୟରେ କୋଭିଡ୍‌୧୯ ମୁକାବିଲା ପାଇଁ ଧ୍ୟାନ ଦେବା ହିଁ ପର୍ଯ୍ୟବେକ୍ଷକଙ୍କ ମୁଖ୍ୟ ଦାୟିତ୍ଵ ଏବଂ ଏହା କୌଣସି ଅତିରିକ୍ତ ଦାୟିତ୍ଵ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ସୂଚାଇ ଦେଇଛନ୍ତି। ଆସନ୍ତା ୮-୧୦ ଦିନରେ କ’ଣ ପରିସ୍ଥିତି ହେବ ତାହାକୁ ଆକଳନ କରି ଆବଶ୍ୟକ କାର୍ଯ୍ୟାନୁଷତ୍ଠାନ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

୧୦ ଲକ୍ଷ ଶ୍ରମ

ଯେଉଁ ଶ୍ରମିକ ଆସିବେ ସେମାନଙ୍କୁ କିପରି କାମ ଯୋଗାଇଦିଆଯିବ ସେଥିଲାଗି ଓଡ଼ିଶା ସସରକାର ଯତ୍ନବାନ ହୋଇଛନ୍ତି। ଏଣୁ ଯେଉଁ ପ୍ରତିଦିନ ୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଉଥିଲା ତାହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଏହି ଶ୍ରମ ଦିବ ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ଏହାବାଦ୍‌ ଜଙ୍ଗଲୋର କେନ୍ଦୁପତ୍ର ତୋଳିବାକୁ ମଧ୍ୟ  ଉନ୍ମୁକ୍ତ କରାଯାଇଛି।

୧୫ ହଜାର ଟେଷ୍ଟ

 

Leave a Reply

Your email address will not be published. Required fields are marked *