ଆଲୁମିନା ବିଶୋଧନ ଦକ୍ଷତା ବୃଦ୍ଧି ପାଇଁ ନାଲ୍କୋ କରୁଛି ପ୍ରୟାସ
ଭୁବନଶ୍ୱର, (ଓଟି): କୋରାପୁଟ ଜିଲ୍ଲା ଦାମନଯୋଡ଼ିଠାରେ ଥିବା ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ (ନାଲ୍କୋ)ର ଖଣିଜ ଓ ବିଶୋଧନ କଂପ୍ଲେକ୍ସରେ ସ୍ୱତନ୍ତ୍ର କ୍ରଶର ଓ କନ୍ଭେୟର ବ୍ୟବସ୍ଥା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆସନ୍ତା ଦୁଇ ବର୍ଷ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏହା ସମ୍ପୂଣ୍ଣ ହେଲେ ଆଲୁମିନା ବିଶୋଧନ ପ୍ଳାଣ୍ଟ ଲାଗି ଆବଶ୍ୟକ ବକ୍ସାଇଟ୍ ଯୋଗାଣ ଆହୁରି ଶୀଘ୍ର ଓ ପର୍ଯ୍ୟାପ୍ତ ହୋଇପାରିବ ।
ପଞ୍ଚମ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ପଡ଼ିଥିବା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ୨୦୨୨ ମସିହା ଏପ୍ରିଲ ସୁଦ୍ଧା ଶେଷ ହେବ । ଏଥିରେ ସମୁଦାୟ ୪୮୩ କୋଟି ଟଙ୍କା ନିବେଶ ହେବ ବୋଲି ନାଲ୍କୋ ପକ୍ଷରୁ କୁହାଯାଇଛି ।
“ଆଗାମୀ ୨୦୨୪ ସୁଦ୍ଧା ଦେଶରେ ୫ ଟ୍ରିଲିଅନ ଡଲାର ଆର୍ଥିକ ସ୍ଥିତି ବଜାୟ ରଖିବାକୁ ଆମେ ଲକ୍ଷ୍ୟ ରଖିଛୁ ଏବଂ ମୁଁ ନିଶ୍ଚିତଯେ ଏହି ବିକାଶ ଯାତ୍ରାରେ ନାଲ୍କୋ ତାର ସଫଳତାର କାହାଣୀ ରଚିବ” ବୋଲି ଶ୍ରୀ ଯୋଶୀ ତାଙ୍କର ପ୍ରମୁଖ ଅଭିଭାଷଣରେ ମତ ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟଯେ ଓଡ଼ିଶାରେ ଦେଶର ପ୍ରାୟ ୫୧ ପ୍ରତିଶତ ବକ୍ସସାଇଟ୍, ୨୫ ପ୍ରତିଶତ କୋଇଲା ଏବଂ ୩୪ ପ୍ରତିଶତ ଲୁହା ପଥର ଗଛିତ ରହିଛି । ଏହା ବ୍ୟତୀତ ୯୬ ପ୍ରତିଶତ କ୍ରୋମାଇଟ୍ ଏବଂ ୪୪ ପ୍ରତିଶତ ମାଙ୍ଗାନିଜ ମଧ୍ୟ ଅଛି । ଆମ ସରକାର ଏହି ସବୁ ଅଂଚଳ ଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କ ସହିତ ଦେଶର କଲ୍ୟାଣ ପାଇଁ ଖଣିଜ ପଦାର୍ଥରେ ସମୃଦ୍ଧ ରାଜ୍ୟଗୁଡ଼ିକର ଖଣିଜ କାର୍ଯ୍ୟ ଚାଲୁ ରଖିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଯୋଶୀ କହିଥିଲେ । ସେ ମଧ୍ୟ ରାଜ୍ୟରେ ଖଚ୍ଚିଜ ଉତ୍ତୋଳନ କାର୍ଯ୍ୟ ପ୍ରତି ସରକାରଙ୍କ ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ ଓ ଆଶା ରଖିଛନ୍ତିଯେ ଏହାଦ୍ୱାରା ରାଜ୍ୟର ସମୃଦ୍ଧି ହୋଇପାରିବ ।

ଏହା ପୂର୍ବରୁ ଶ୍ରୀ ଯୋଶୀ ନାଲ୍କୋର ବିଶାଖାପାଟଣା ଠାରେ ବୈଠକରେ ଯୋଗ ଦେଇଥିଲେ ଓ କମ୍ପାନୀର ଅଭିବୃଦ୍ଧି ତ୍ୱରାନ୍ୱିତ ପାଇଁ ଉତ୍ସାହିତ କରିଥିଲେ । ସେ ଏହି ବୈଠକରେ କହିଥିଲେଯେ ନାଲ୍କୋ ହେଉଛି ବିଶ୍ୱର ସବୁଠାରୁ ନ୍ୟୁନତମ ବକ୍ସାଇଟ୍ ଏବଂ ଆଲୁମିନା ଉତ୍ପାଦନକାରୀ କଂପାନି ଯିଏକି କ୍ରମାଗତ ୪ ବର୍ଷ ଧରି ସଫଳତାର ମାନ୍ୟତା ପାଇଆସୁଛି । ସେ ମଧ୍ୟ ନାଲ୍କୋର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ଦୁର୍ଗମ ଅଂଚଳରେ ପରିଚାଳନା କାର୍ଯ୍ୟ ଚାଲୁ ରଖିବାକୁ ଆହ୍ୱାନ ଦେଇଥିଲେ ।
ଆନୁମାନିକ ୩୧୦ ନିୟୁତ ଟନ୍ ବକ୍ସାଇଟ୍ ଜମା ରହିଥିବା ଏସିଆର ସର୍ବ ବୃହତମ ବକ୍ସାଇଟ୍ ଖଣି କୋରାପୁଟ ଜିଲ୍ଲାରେ ଅବସ୍ଥିତ ପଂଚପଟମାଳି ବକ୍ସାଇଟ୍ ଖଣି ପରିଦର୍ଶନ କରିଥିଲେ ଶ୍ରୀ ଯୋଶୀ ।
ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ଏକ ନବରତ୍ନ ଉଦ୍ୟମ, ଯାହାର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାର ଭୁବନେଶ୍ୱର ଠାରେ ଅବସ୍ଥିତ । ଏହି କମ୍ପାନୀ ହେଉଛି ଏସିଆର ଅନ୍ୟତମ ବୃହତ ସମନ୍ୱିତ ବକ୍ସାଇଟ୍-ଆଲୁମିନା-ଆଲୁମିନିୟମ-ପାୱାର କମ୍ପେ୍ଲକ୍ସ ।
ଏଠାରେ ଉଲ୍ଲେଖଯୋଗ୍ୟଯେ ଆଲୁମିନା ରିଫାଇନାରୀ ବ୍ୟବସ୍ଥାରେ ଆଲୁମିନାକୁ କମ୍ପାନୀର ସ୍ମେଲ୍ଟର ପ୍ଲାଂଟ ଅନୁଗୁଳ ଠାରେ ବିଶୋଧିତ କରାଯାଉଛି ଏବଂ ବଳକା ଆଲୁମିନାକୁ ବିଦେଶର ବଜାରକୁ ବିଶାଖାପାଟଣା ବନ୍ଦର ଜରିଆରେ ପ୍ରେରଣ କରାଯାଉଛି ।
ବର୍ତମାନ ଆଲୁମିନା ରିଫାଇନାରୀର ସ୍ୱାଭାବିକ ଦକ୍ଷତା ବାର୍ଷିକ ୨୧ ଲକ୍ଷ ମେଟ୍ରିକ ଟନ୍ ଓ ଏହାକୁ ୪ଟି ସ୍ୱାଧୀନ ଉତ୍ସ ଜରିଆରେ ଉତ୍ପାଦନ କରାଯାଉଛି । ରିଫାଇନାରୀ ପାଇଁ ବକ୍ସାଇଟ୍କୁ ନିଜସ୍ୱ ଖଣି ପଂଚପଟମାଳୀ ବକ୍ସାଇଟ୍ ଖଣିରୁ ଅଣାଯାଉଛି । କାର୍ଯ୍ୟ ସମ୍ପାଦନ ପାଇଁ କୋଇଲାକୁ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ଼ରୁ ଏବଂ କଷ୍ଟିକ୍ ସୋଡ଼ା ଲାଇମକୁ ବିଶାଖାପାଟଣାମ ବନ୍ଦର ଜରିଆରେ ଆମଦାନୀ କରାଯାଉଛି ।