୩ ଦିନିଆ ରିମାଣ୍ଡରେ ଗଲେ ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ

ଭୁବନେଶ୍ବର, (ଓଡିଶା ଟାଇମ୍): ଲକ୍ଷାଧିକ ଟଙ୍କାର ଠକେଇ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ଏମ୍‌ଏଲ୍‌ଏ ମଲ୍ଲ ବିଜୟ ପ୍ରସାଦ (ଏମ୍‌.ଭି.ପ୍ରସାଦ) ଜାମିନ ଆବେଦନ ଖାରଜ ହୋଇଯାଇଛି । ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିସହିତ କ୍ରାଇମ୍‌ବ୍ରାଞ୍ଚ୍‌କୁ ଏହି ମାମଲାରେ ୩ ଦିନିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି ।

କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦଙ୍କୁ ୧୫ ତାରିଖରୁ ରିମାଣ୍ଡ୍‌ରେ ନେଇ ୧୮ ତାରିଖ ଦିନ କୋର୍ଟରେ ହାଜର କରିବାକୁ ଓପିଆଇଡି କୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଓପିଆଇଡଇ କୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌କୁ କେଶ୍ ଡାଏରୀ ଦାଖଲ କରିବାକୁ ଆଦେଶ ଦେଇଥିଲେ । ସୂଚନାଥାଉକି ୨୦୧୯ ମସିହା ଚିଟ୍‌ଫଣ୍ଡ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦକୁଙ୍କୁ ଗିରଫ କରିଛି ।

ତାଙ୍କ ନାମରେ ୩୫ ଲକ୍ଷରୁ ୪୦ ଲକ୍ଷ ଟଙ୍କାର ଅଭିଯୋଗ ରହିଛି । ସେ ୱେଲ୍‌ଫେୟାର୍ ଗୃପ୍ ଅଫ୍ କମ୍ପାନୀର ଅତ୍ୟତମ ଶାଖା ୱେଲ୍‌ଫେୟାର୍ ଡେଭେଲପ୍‌ମେଣ୍ଟ୍ ଏଣ୍ଡ୍ ବିଲଡିଂ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅଛନ୍ତି । ଆନ୍ଧ୍ରପ୍ରଦେଶର ଏହି ସଂସ୍ଥା ଓଡିଶା, ଛତିଶଗଡ, ତେଲେଙ୍ଗାନା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଶଖା କାର୍ଯ୍ୟାଳୟ ଖୋଲି ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଛି ବୋଲି ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *