ଚଳିତ ବର୍ଷ ମୁକେଶ ଅମ୍ବାନିକଙ୍କ ସମ୍ପତ୍ତିରେ ୧୭ ବିଲିଅନ ଡଲାର ବୃଦ୍ଧି

ମୁମ୍ବାଇ, (ଓଡିଶା ଟାଇମ୍): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ଚଳିତ ବର୍ଷ ୧୭ ବିଲିଅନ ଡଲାର ବୃଦ୍ଧିପାଇଛି। ସୋମବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ଘଟିବା ପରେ ମୁକେଶଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୯୪ ବିଲିଅନ ଡଲାରରୁ ସାମାନ୍ୟ କିଛି ଅଧିକ ହୋଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ୧୭ ବିଲିଅନ ଡଲାର ବୃଦ୍ଧି ପାଇଥିବାବେଳେ କେବଳ ସପ୍ତାହକ ମଧ୍ୟରେ ଏହି ବୃଦ୍ଧିର ପ୍ରାୟ ଅର୍ଦ୍ଧେକ ତାଙ୍କ ସମ୍ପତ୍ତିରେ ଯୋଗ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ମୁକେଶ ଅମ୍ବାନିଙ୍କର ପ୍ରାୟ ୫୧% ଅଂଶ ରହିଛି ଏବଂ ଏହି ସେୟାର ମୂଲ୍ୟ ସୋମବାରକୁ ମିଶାଇ ଗତ ୭ଟି କାର୍ଯ୍ୟ ଦିବସରେ ୯% ବୃଦ୍ଧି ଘଟିଛି। ଏହାଦ୍ୱାରା ମୁକେଶଙ୍କ ସମ୍ପତ୍ତିରେ ପ୍ରାୟ ୮ ବିଲିଅନ ଡଲାର ଯୋଗ ହୋଇଛି। ବ୍ଲୁମବର୍ଗ ଇଣ୍ଡେକ୍ସ ଅନୁଯାୟୀ ମୁକେଶ ଅମ୍ବାନି ସଂପ୍ରତି ବିଶ୍ୱର ଏକାଦଶତମ ଧନୀ ବ୍ୟକ୍ତି ଭାବରେ ବିବେଚିତ ହେଉଛନ୍ତି। ୱାରେନ ବଫେଟ ୧୦୩ ବିଲିଅନ ଡଲାରରୁ ଅଧିକ ସମ୍ପତ୍ତି ସହିତ ତାଲିକାର ଶୀର୍ଷରେ ରହିଛନ୍ତି।

Leave a Reply

Your email address will not be published. Required fields are marked *