କ୍ରିକେଟ୍ରୁ ଧୋନିଙ୍କ ବିଶ୍ରାମ: ଭାରତୀୟ ସେନା ସହ ଯିବେ କଶ୍ମିର ଉପତ୍ୟକା
ଭୁବନେଶ୍ଵର, (ଓଟି): ଭାରତୀୟ କ୍ରିକେଟ୍ ଟିମ୍ର ପୂବର୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨ ମାସ ପାଇଁ କ୍ରିକେଟ୍ରୁ ବିଶ୍ରାମ ନେବେ। ଏହି ଦୁଇମାସ ସେ ଭାରତୀୟ ସେନା ସହ କଶ୍ମୀରରେ ଅଭ୍ୟାସ କରିବେ। ପଟ୍ରୋଲିଂ ତଥା ଗାର୍ଡ ଡ୍ୟୁଟି କରିବେ। ଏନେଇ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଏକ ବିବୃତିରେ କୁହାଯାଇଛି ଯେ, ଧୋନୀ ଏବେ ଭାରତୀୟ ସେନାର ଲ୍ୟୁଟ୍ନାଣ୍ଟ କଣ୍ଣେଲ୍ ପାହ୍ୟାର ଅଫିସର। ସମ୍ମାନଜନକ ଭାବେ ତାଙ୍କୁ ଏହି ପାହ୍ୟା ପ୍ରଦାନ କରାଯାଇଛି। ସେ ଟେରିଟୋରିଆଲ୍ ଆର୍ମିର ପାରାସୁଟ୍ ବାହିନୀର ଅଫିସର। ଏହି ବାହିନୀର ମୁଖ୍ୟାଳୟ ବାଙ୍ଗାଲୋର୍ରେ। ସ୍ଵତନ୍ତ୍ର ତାଲିମ ତଥା ଅଭ୍ୟାସ ପାଇଁ ଏହି ବାହିନୀ କଶ୍ମୀର ଉପତ୍ୟକାରେ ନିଜର ଶିବିର ପକାଇଛି। ଧୋନୀ ଏବେ ସେଠାରେ ଅଛନ୍ତି। କିନ୍ତୁ ଜୁଲାଇ ୩୧ରୁ ଅଗଷ୍ଟ ୧୫ ଯାଏ ସେ ସେଠଶରେ ବିଜୟ ବାହିନୀ ସହ ରହିବେ ବୋଲି ସୂଚନା ମିଳିଛି।
ନିକଟରେ ବିଶ୍ଵକପ୍ କ୍ରିକେଟ୍ରେ ତାଙ୍କ ଖରାପ ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କୁ ହତାଶ କରିଥିଲା। ସେ ଅବସର ନେବାର ସମୟ ଆସିଛି ବୋଲି ବି ମିଡିଆରେ ଚର୍ଚା ହୋଇଛି। ତେବେ ଏଯାଏ ସେ ନିଜର ଅବସର ଘୋଷଣା କରି ନାହାନ୍ତି। ବରଂ କିଛଇଦିନ ଲାଗି କଅିକେଟ୍ ଦୁନିଆରୁ ଫେରି ସେ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ଯାଉଛନ୍ତି।