ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଏମ୍‌କେ ସଂସଦୀୟ ଦଳ ଉପନେତା ତଥା ସାଂସଦ କାନିମୋଝି

ଭୁବନେଶ୍ବର, (ଓଡିଶା ଟାଇମ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସାଂସଦ କାନିମୋଝି କରୁଣାନିଧି । ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଡିଏମକେ ସଂସଦୀୟ ଦଳର ଉପନେତା କାନିମୋଝି । ଏହା ସୌଜନ୍ୟମୂଳକ ସାକ୍ଷାତ l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଦେଇଛନ୍ତି । ଗ୍ରାମାଞ୍ଚଳର NEET ପରୀକ୍ଷାର୍ଥୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । NEET ଯୋଗୁଁ ଗ୍ରାମାଞ୍ଚଳର ପିଲାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *