ଆଜି କେନ୍ଦ୍ରାପଡ଼ାରେ ମୋଦି-ନବୀନ ମୁହାଁମୁହିଁ

ଆଜି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହେବେ। ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ବାରୁଆ ପଡ଼ିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବାର କାର୍ଯ୍ୟକ୍ରମ ରଖିଥିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨ଟି ବିଧାନସଭା ମଣ୍ଡଳୀ ମାହାଙ୍ଗା ଓ ସାଲେପୁର (କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ)ରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଲୋଡ଼ିବେ।

ଶ୍ରୀ ପଟ୍ଟନାୟକ ଅପରାହ୍ନ ୫ଟାରେ ମାହାଙ୍ଗାସ୍ଥିତ କଲେଜ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ କରିବେ। ତା’ପରେ ସାଲେପୁର ହାଇସ୍କୁଲ ପଡ଼ିଆରେ ଅନ୍ୟ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଶ୍ରୀ ପଟ୍ଟନାୟକ ବରୀ ବ୍ଲକର ବାଲିଚନ୍ଦ୍ରପୁରରୁ ସଡ଼କ ମାର୍ଗରେ ମାହାଙ୍ଗା, ସାଲେପୁର ଦେଇ ନବୀନ ନିବାସ ଫେରିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ଲଢ଼ୁଛନ୍ତି।

Leave a Reply

Your email address will not be published. Required fields are marked *