ଦରମା ବିବାଦକୁ ନେଇ ମୋ ବସ୍‌ ଡ୍ରାଇଭର୍‌ଙ୍କ ଚେତାବନୀ, କାଲିଠାରୁ ଗଡ଼ିବନି ବସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): କାଲି ଠାରୁ ଗଡ଼ିବନି ମୋ ବସ । ଚେତାବନୀ ଦେଲେ ମୋ ବସର ଡ୍ରାଇଭର । ଦରମାକୁ ନେଇ ବିବାଦ ଥିବାରୁ ଏହି ନିଷ୍ପତି ନେଇଛନ୍ତି ସମସ୍ତ ଡ୍ରାଇଭର । ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି ବୋଲି ସେମାନେ କହିଛନ୍ତି । ତେଣୁ ଦରମା ବୃଦ୍ଧି କରାଯାଇ ୧୮ ହଜାରଟଙ୍କା କରାଯାଉ ବୋଲି ଡ୍ରାଇଭର ମାନେ ଦାବି କରିଛନ୍ତି । କିନ୍ତୁ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଛି ଟ୍ରାଭେଲ ଟାଇମ୍ସ ।

ମୋ ବସ, ଟ୍ରାଭେଲ ଟାଇମ୍ସକୁ ଫ୍ରାଞ୍ଚାଇଜ ଦେଇଛି । କେବଳ ଦରମା ନୁହେଁ ଇଏସଆଇ, ଇପୀଏଫ୍ଓ ମଧ୍ୟ ସବୁ କର୍ମଚାରୀ ପାଉନଥିବା ଅଭିଯୋଗ ଆଣିଛନ୍ତି । ଏବେ ଦରମା ବୃଦ୍ଧି ପାଇଁ ଡ୍ରାଇଭର ମାନେ ଦାବୀ କରିବାରୁ ଚାକିରୀ ରୁ ତଡିଦେବା ପାଇଁ ଧମକ ଦେଇଛି ଟ୍ରାଭେଲ ଟାଇମ୍ସ । ତେଣୁ ଆସନ୍ତା କାଲି ଠାରୁ ସମସ୍ତ ଡ୍ରାଇଭର ଆନ୍ଦୋଳନରେ ବସିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପଟେ ଟ୍ରାଭେଲ ଟାଇମ୍ସର କୌଣସି ଅଧିକାରୀ ଦରମା ବିବାଦ ଉପରେ ମତ ରଖି ନାହାନ୍ତି ।

Leave a Reply

Your email address will not be published. Required fields are marked *