ମହାରାଷ୍ଟ୍ରରେ ଟ୍ୟାକ୍ସ ଫ୍ରି ହେଲା ‘ମିଶନ୍ ମଙ୍ଗଲ୍’

ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହୋଇଥିବା ମଲଟି ଷ୍ଟାରର୍ ଫିଲ୍ମ ‘ମିଶନ୍ ମଙ୍ଗଲ୍’ ମାତ୍ର ୫ ଦିନ ମଧ୍ୟରେ ୧୦୦କୋଟି ଫିଲ୍ମ କ୍ଲବରେ ସାମିଲ୍ ହୋଇଥିଲା । ଆଗାମୀ କିଛିଦିନ ମଧ୍ୟରେ ଏହା ୨୦୦କୋଟି ପାର୍ ହୋଇଯିବ ବୋଲି ସିନେ ଟ୍ରେଡ୍ ଆନାଲିଷ୍ଟ୍ମାନେ ଆକଳନ କରୁଛନ୍ତି । ଏହି ଦୁଇଟି ଖୁସି ଖବର ପରେ ଏବେ ଆଉ ଏକ ଖବର ଆସିଛି ଯେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଦିଆଯାଇଛି । ଚଳିତବର୍ଷ ରିଲିଜ୍ ହୋଇଥିବା ଅନେକ ଫିଲ୍ମର ରେକର୍ଡ଼କୁ ଭାଙ୍ଗିବାରେ ସମର୍ଥ ହୋଇଛି ‘ମିଶନ୍ ମଙ୍ଗଲ’ ।

ଚଳିତବର୍ଷର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ତାଲିକାରେ ଏହା ୪ର୍ଥ ସ୍ଥାନ ଅଧିକାର କରିବା ସହ ଖିଲାଡ଼ି କୁମାର ଅକ୍ଷୟଙ୍କ ଫିଲ୍ମ କ୍ୟାରିୟର୍ ମଧ୍ୟରେ ଏହା ପ୍ରଥମ ଫିଲ୍ମ ଭାବେ ୨୦୦କୋଟି କ୍ଲବରେ ସାମିଲ୍ ହେବାକୁ ଯାଉଛି । ଅକ୍ଷୟଙ୍କ ପାଇଁ ଲକି ଡେ’ ଭାବେ ପ୍ରମାଣିତ ହୋଇଛି ଅଗଷ୍ଟ ୧୫ ତାରିଖ । କାଣର ବିଗତ ୪ ବର୍ଷ ଧରି ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହୋଇଥିବା ଅକିଙ୍କ ଅଭିନୀତ ସମସ୍ତ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଅକିଙ୍କ ଏଭଳି ଆଉ ଏକ ସଫଳତା ପାଇଁ ପ୍ରଶଂସକଙ୍କ ପକ୍ଷରୁ ଶୁଭକାମନାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *