ଯଦୁପୁର ନାବାଳିକା ହତ୍ୟା ମାମଲା : ଚାଇଲ୍ଡ କୋର୍ଟରେ ହାଜର ହେବ ନାବାଳକ ଅଭିଯୁକ୍ତ

ନୟାଗଡ଼, (ଓଡିଶା ଟାଇମ୍) :ନୟାଗଡ ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲାରେ ଚାଇଲ୍ଡ କୋର୍ଟରେ ହାଜର ହେବ ନାବାଳକ ଅଭିଯୁକ୍ତ । ଏସଆଇଟିର ଏଲଭିଏ ଟେଷ୍ଟ ଆବେଦନ ଏବଂ ରିମାଣ୍ଡ ସମୟରେ ନାବାଳକକୁ ଦିଆଯାଇଥିବା ନିର୍ଯାତନାର ନେଇ ଅଭିଯୁକ୍ତର ଓକିଲ କରିଥିବା ଆବେଦନ ଉପରେ ଶୁଣାଣି ହେବ । ଅନୁଗୋଳ ବାଳସୁଧାର ଗୃହରୁ ଅଭିଯୁକ୍ତକୁ ଅଣାଯିବ ନୟାଗଡ ।

ଏନେଇ ଗତ ଜାନୁଆରୀ ୨୦ ତାରିଖରେ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ଶୁଣାଣି ହୋଇଥିଲା । ତେବେ ଏହି ଦୁଇଟି ମାମଲା ସହ ଘଟଣାରେ ଅନ୍ୟ ସମସ୍ତ ମାମଲାକୁ ମଧ୍ୟ ଚାଇଲ୍ଡ କୋର୍ଟକୁ ସ୍ଥାନାନ୍ତର କରିଥିଲେ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ।

Leave a Reply

Your email address will not be published. Required fields are marked *