ମାଇକ୍ରୋସଫ୍ଟ କର୍ମଚାରୀଙ୍କୁ ମିଳିବ ୧.୧୨ ଲକ୍ଷ ଟଙ୍କାର ବୋନସ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବିଶ୍ୱର ପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ । ମହାମାରୀ କରୋନା କାଳରେ ଏହାର କର୍ମଚାରୀମାନେ କଠିନ ପରିଶ୍ରମ କରିଥିବାରୁ ସେମାନଙ୍କ ପାଇଁ ସ୍ପେଶାଲ ପ୍ୟାକେଜ୍‌ ବୋନସ୍ ଆକାରରେ ଦେବାକୁ ଘୋଷଣା କରିଛି କମ୍ପାନୀ।  ସେମାନଙ୍କ ପାଇଁ ୧୫୦୦ ଡଲାର (ପ୍ରାୟ ୧.୧୨ଲକ୍ଷ ଟଙ୍କା)ର ବୋନସ ଘୋଷଣା କରାଯାଇଛି। କମ୍ପାନୀ ପକ୍ଷରୁ କର୍ପୋରେଟର ଉପାଧ୍ୟକ୍ଷ ସ୍ତରରୁ ତଳକୁ ଥିବା ସମସ୍ତ କର୍ମଚାରୀଙ୍କୁ କମ୍ପାନୀ ୧୫୦୦ ଡଲାରର ବୋନସ୍ ପ୍ରଦାନ କରିବ । ଏହି ବୋନସ୍ ସେହି କର୍ମଚାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ ଯେଉଁମାନେ ପାର୍ଟ ଟାଇମ୍ ଭାବେ କାମ କରିଛନ୍ତି । କିମ୍ବା ଘଣ୍ଟା ହାରରେ କମ୍ପାନୀ ସହିତ ଜଡିତ ହବା ସହ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ କମ୍ପାନୀରେ ଯୋଗ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ମହାମାରୀର ସମୟରେ ମାଇକ୍ରୋସଫ୍ଟ ସମସ୍ୟା ମଧ୍ୟରେ ଆର୍ଥିକ ବର୍ଷ ପୂରଣ କରିଛି।

୧୪୯୦ କୋଟିର ଅତିରିକ୍ତ ଖର୍ଚ୍ଚ

ମାଇକ୍ରୋସଫ୍ଟର ମୁଖ୍ୟ ଲୋକ ଅଧିକାରୀ କ୍ୟାଥଲିନ୍ ହୋଗାନ୍ କର୍ମଚାରୀମାନଙ୍କୁ ଏହା ଘୋଷଣା କରିଛନ୍ତି। ଯେ ଏହା ଆମେରିକାର ଏବଂ ବିଶ୍ବ ସ୍ତରରେ କମ୍ପାନୀର ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହେବ । ତଥାପି, ଏହି ବୋନସ ଲିଙ୍କଡିନ, ଗିଥୁବ ଏବଂ ଜେନିମାକ୍ସ କର୍ମଚାରୀଙ୍କ ପାଇଁ ହେବ ନାହିଁ । ଏହି ତିନୋଟି କମ୍ପାନୀ ମାଇକ୍ରୋସଫ୍ଟର ମାଲିକାନା ଅଟେ  । ମାଇକ୍ରୋସଫ୍ଟ ପାଖରେ ବର୍ତ୍ତମାନ ୧ଲକ୍ଷ ୭ ହଜାର ୫୦୮ କର୍ମଚାରୀ ଅଛନ୍ତି ।  ସେହି ଅନୁଯାୟୀ, ବୋନସ ଉପରେ କମ୍ପାନୀର ୨୦କୋଟି ଡଲାର (୧୪୯୦ କୋଟି ଟଙ୍କା) ଅତିରିକ୍ତ ଭାରି ପଡିବ ଯାହାକି ମାଇକ୍ରୋସଫ୍ଟର ୨ଦିନର ରୋଜଗାର ଠାରୁ ମଧ୍ୟ କମ ।

ପୂର୍ବରୁ ଅନେକ କମ୍ପାନୀ ଏହା କରିସାରିଛନ୍ତି

ମହାମାରୀ ସହ ଜଡିତ ବୋନସ୍ ଘୋଷଣା କରିଥିବା ମାଇକ୍ରୋସଫ୍ଟ ପ୍ରଥମ କମ୍ପାନୀ ନୁହେଁ। ଏହାପୂର୍ବରୁ ଫେସବୁକ ଗତ ବର୍ଷ ଏହାର ୪୫୦୦୦ କର୍ମଚାରୀଙ୍କୁ ଏକ ହଜାର ଡଲାରର ବୋନସ ଦେଇଥିଲା। ତେବେ ଆମାଜନ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ୩୦୦ ଡଲାର ବୋନସ ଦେଇଛି । ଏହା ବ୍ୟତୀତ ବ୍ୟାଙ୍କ ଅଫ୍ ଆମେରିକା ୧.୭ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ରିୱାର୍ଡ ଦେଇଥିଲା । ଏଥିରେ ଭାରତର ପ୍ରାୟତଃ ୨୪,୦୦୦ କର୍ମଚାରୀ ଥିଲେ । ବ୍ୟାଙ୍କ ଅଫ୍ ଆମେରିକା ଏକ ଲକ୍ଷ ଡଲାରରୁ କମ୍ ପ୍ୟାକେଜରେ ଥିବା କର୍ମଚାରୀମାନଙ୍କୁ ୭୫୦ ଡଲାର ପୁରସ୍କାର ଦେଇଥିଲା।

Leave a Reply

Your email address will not be published. Required fields are marked *