ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ : ମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଟାଇମ୍):  ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଗଣ ଶିକ୍ଷା ମନ୍ତ୍ରୀ ଶମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଗତ ୨୦ ତାରିଖରୁ ମାଟ୍ରିକ ଖାତା ଦେଖା ହେବା ନେଇ ନିଷ୍ପତି ନିଆଯାଇଥିଲା । କିନ୍ତୁ ବାତ୍ୟା ଅମ୍ପନ ପାଇଁ ଏହା ଗୋଟିଏ ଦିନ ପାଇଁ ଘୁଞ୍ଚାଯାଇ ଆଜିଠୁ ଖାତା ଦେଖା ହେବାର ଥିଲା । ହେଲେ ଅସମୟରେ ବାତ୍ୟା ଅମ୍ପନ ମାଡି ଆସିଲା । ଯେଉଁଥିପାଇଁ ଖାତା ମୂଲ୍ୟାୟନକୁ ଘୁଞ୍ଚାଇଲେ ରାଜ୍ୟ ସରକାର । ବାତ୍ୟା ଅମ୍ପନ ଗଲା ପରେ ପୁଣି ଏକ ତାରିଖ ଘୋଷଣା କରାଯିବ । ଆଜି କିମ୍ବା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଖାତା ମୂଲ୍ୟାୟନ ପାଇଁ ତାରିଖ ଘୋଷଣା ହୋଇପାରେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖାତା ମୂଲ୍ୟାୟନ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶମୀର ରଞ୍ଜନ ଦାଶ କହିଛନ୍ତି ।

Leave a Reply

Your email address will not be published. Required fields are marked *