ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ସଙ୍କଟ ମଧ୍ୟରେ ଶେଷ ହୋଇଛି ମାଟ୍ରିକ ଖାତାଦେଖା । ଏବେ ଆରମ୍ଭ ହୋଇଛି ଟାବୁଲେସନ । ଜୁଲାଇ ୩୧ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ ବାହାରିବ ବୋଲି ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।

ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ  ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି । ଓଡିଶାରେ ୨ ହଜାର ୮୮୮ କେନ୍ଦ୍ରରେ ହୋଇଥିଲା ମାଟ୍ରିକ୍‌ ପରୀକ୍ଷା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ CCTV ଲଗାଯାଇଥିଲା । ଯାହାକି ପରୀକ୍ଷା ସମୟରେ ନଜର ରଖାଯାଇଥିଲା । ତେବେ ପରୀକ୍ଷା ପରେ  ୬୦ କେନ୍ଦ୍ରରେ ଖାତା ଦେଖାଚାଲିଥିଲା । ଖାତାଦେଖା ପାଇଁ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ । ଏବେ ଖାତାଦେଖା ସରିଛି । ଖୁବଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।

Leave a Reply

Your email address will not be published. Required fields are marked *