ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
ମାଲକାନଗିରି, (ଓଡିଶା ଟାଇମ୍) : ମାଓବାଦୀଙ୍କ ଯୋଜନା ପଣ୍ଡ । ଅଳ୍ପକେ ବର୍ତ୍ତିଲେ ଯବାନ। ଠାବ କଲେ ଆଇଇଡି। ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ଯବାନଙ୍କୁ ମିଳିଛି ଏହି ସଫଳତା।
କୋୟେଲିବେଡା ଥାନା ଅନ୍ତର୍ଗତ ମର୍କାନାର- ବଡ଼ପରା ରାସ୍ତା ନିକଟରେ ବି ଏସ ଏଫ୍ ଯବାନ ଆଇ ଇ ଡି ଠାବ କରି ମାଓବାଦୀଙ୍କ ଯୋଜନା ପଣ୍ଡ କରିଛନ୍ତି। କିଛି ଦିନ ତଳେ କାଙ୍କେର୍ ଜିଲ୍ଲା ଆମାବେଡା ଥାନା ଚିକପାଲ୍ ଗ୍ରାମ ଜଙ୍ଗଲରେ ଆଇଇଡି ଖଞ୍ଜିବା ବେଳେ ହଠାତ୍ ବିସ୍ଫୋରଣ ହୋଇ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ପୁଣି ଥରେ ଆଇଇଡି ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଚେଷ୍ଠା କରିଥିଲେ ନକ୍ସଲ। ଯାହାକୁ ବିଫଳ କରିଦେଇଛନ୍ତି ଯବାନ।