ଲାଞ୍ଜିଗଡରେ ମାଓ ପୋଷ୍ଟର, ଟାରଗେଟରେ ଠିକାଦାର ଓ ରାଜନେତା

କଳାହାଣ୍ଡି, (ଓଡିଶା ଟାଇମ୍) :ମାଓବାଦୀଙ୍କ ଦ୍ଵାରା ପ୍ରଜାକୋର୍ଟରେ ଦଣ୍ଡ ଚେତାବନୀ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବସନ୍ତପଡା ଓ ବେଦାନ୍ତ ଫାଟକରେ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି ମାଓବାଦୀ । ମାଓନେତା ଉମାକାନ୍ତଙ୍କ ନାଁ ଉଲ୍ଲେଖ ଥିବା ପୋଷ୍ଟର ଲାଗିଛ ।

ପୋଷ୍ଟରରେ ଆଦିବାସୀଙ୍କୁ ଶୋଷଣ ପ୍ରତିବାଦରେ ଚେତାବନୀ ଦିଆଯାଇଛି । ଚାଚେର ମାଝୀ, ରାଜେନ୍ଦ୍ର ମାଳି, ଶ୍ରୀଧର ପେସନିଆ ଓ ସୁବାଷ ନାଏକଙ୍କୁ ପୋଷ୍ଟରରେ ପ୍ରଜାକୋର୍ଟରେ ଦଣ୍ଡ ବିଧାନ ଚେତାବନୀ ଦିଆଯାଇଛି । ପୋଷ୍ଟରର ସତ୍ୟତାକୁ ନେଇ ତଦନ୍ତ ଜାରି ରହିଛି । ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି।

Leave a Reply

Your email address will not be published. Required fields are marked *