ମହାମେଣ୍ଟ ସହଯୋଗୀଙ୍କୁ ଭୋଟ ନ ଦେବାକୁ ମମତାଙ୍କ ଅପିଲ

ଚଳିତ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ହୋଇଥିବା ବିରୋଧିଙ୍କ ମହାମେଣ୍ଟରେ ଏବେ ବିଭିନ୍ନ ଦଳର ନେତାମାନଙ୍କର ଦୂରତା ବଢ଼ିବାରେ ଲାଗିଛି। ଏହି ମହାମେଣ୍ଟରେ ସାମିଲ ହୋଇଥିବା ଦଳର ନେତାମାନେ ନିଜର ଭବିଷ୍ୟକୁ ନେଇ ପ୍ରଥମରୁ ଚିନ୍ତାରେ ଅଛନ୍ତି। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ଯେଉଁ ବୟାନ ଦେଇଛନ୍ତି ତାହା ମହାମେଣ୍ଟର ଭବିଷ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲୋକସଭା ନିର୍ବାଚନରେ ସିପିଏମକୁ ଭୋଟ ନ ଦେବା ପାଇଁ ମମତା ପଶ୍ଚିମବଙ୍ଗର ସିଲିଗୁଡିରେ ଏକ ଜନସଭାକୁ ସମ୍ୱୋଧିତ କରି କହିଛନ୍ତି। ଏପରିକି କଂଗ୍ରେସକୁ ଭୋଟ ଦେଇ ନିଜର ଭୋଟକୁ ନଷ୍ଟ ନ କରିବା ପାଇଁ ମମତା ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ସେ ପ୍ରଥମେ କଂଗ୍ରେସରେ ଥିଲେ ବୋଲି ମମତା ବାନାର୍ଜୀ ସଭାରେ ଉପସ୍ଥିତ ଥିବା ଲୋକମାନଙ୍କୁ ସୂଚନା ଦେଇଥିଲେ। କଂଗ୍ରେସରେ ହଇରାଣ ହୋଇ ସେ ଦଳ ଛାଡ଼ି ତୃଣମୂଳ ପାର୍ଟି ଗଠନ କରିଛନ୍ତି। ଏହା ପରେ ରାଜ୍ୟରେ ହୋଇଥିବା ବିକାଶକୁ ଆପଣମାନେ ଦେଖୁଛନ୍ତି ବୋଲି ମମତା ଲୋକମାନଙ୍କୁ କହିଛନ୍ତି।

ମମତାଙ୍କର ଏହି ବୟାନ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ମହାମେଣ୍ଟକୁ ଏକ ଶକ୍ତ ଧକ୍କା ବୋଲି ରାଜନୀତିକ ମହଲରେ ବିଚାର କରାଯାଉଛି।

Leave a Reply

Your email address will not be published. Required fields are marked *