ମୁଣ୍ଡଳୀ ବ୍ୟାରେଜ୍‌ରେ ଫଶିଛି ଦନ୍ତା: ଉଦ୍ଧାର କରିବାକୁ ଯାଇ ଓଲଟିଲା ବୋଟ, ସାମ୍ବାଦିକ ଉଦ୍ଧାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମୁଣ୍ଡଳୀ ନିକଟରେ ମହାନଦୀ ପାର ହେଉଥିବା ଅବସ୍ଥାରେ ଏକ ଦନ୍ତା ଫଶି ରହିଛି।  ବ୍ୟାରେଜ୍‌ ନିକଟରେ ପାଣିର ପ୍ରଖର ସ୍ରୋତ ହେତୁ ହାତୀଟି ଆଗକୁ ବଢ଼ି ପାରୁ ନାହିଁ।  ପ୍ରାୟ ୮ ଘଣ୍ଟା  ଧରି ଦନ୍ତା ହାତୀକୁ ଫଶି ରହିଥିବାରୁ ହାତୀକୁ କୂଳକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଏହି ଉଦ୍ୟମରେ ଥିବା ଓଡ୍ରାଫ୍‌ ବାହିନୀର ରବର ବୋଟ୍‌ ଟି ଓଲଟି ଯିବାରୁ ସେଥିରେ ବସିଥିବା ଜଣେ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ ମଧ୍ୟ ପ୍ରଖର ସ୍ରୋତରେ ଭାସି ଯାଇଥିବା ଜଣାପଡ଼ିଛି। ତେବେ ବୋଟ୍‌ରୁ ଭାସି ଯାଇଥିବା ସମସ୍ତଙ୍କ ଉଦ୍ଧାର କରିବା ପାଇଁ  ଓଡ୍ରାଫ୍‌ ବାହିନୀର ଉଦ୍ୟମ ଜାରି ରହିଛି।

ରାତିରେ ଦଳବଦ୍ଧ ଭାବେ ହାତୀମାନେ ବ୍ୟାରେଜ୍‌ ପାର ହେଉଥିଲେ। ଏହି ସମୟରେ ଦଳର ସବୁ ସଦସ୍ୟ କୂଳକୁ ଉଠି ଯାିଥିଲେ ମଧ୍ୟ ଦଳର ମୁଖିଆ ଦନ୍ତା ଟି ଆଗକୁ ବଢ଼ି ପାରି ନଥିଲା। ବୋଧ ହୁଏ ହଠାତ୍‌ ସ୍ରୋତ ବଢ଼ିବା ହେତୁ ହାତୀଟି ଆଗକୁ ବଢ଼ି ପାରି ନଥିଲା।   ଜଙ୍ଗଲ ବିଭାଗ ପକ୍ଷରୁ ହାତୀକୁ କୂଳକୁ ଆଣିବା ଏବଂ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ଓଡ଼ିଶା ସରକାରଙ୍କ ଓଡ୍ରାଫ୍‌ ବାହିନୀର ସହାୟତା ମାଗିଥିଲେ। ଓଡଆଫ୍‌ ବାହିନୀ ହାତୀକୁ ବଡ଼ ପାଟି କରିବା ଏବଂ ହଣ୍ଣ ମାରି କୂଳକୁ ନେବାକୁ ଚାହିଁଥିଲେ। ହେଲେ ରବର ବୋଟ୍‌ଟି ଓଲଟି ପଡ଼ିଥିଲା। ଫଳରେ ବୋଟ୍‌ରେ ଥିବା ଉଦ୍ଧାରକାରୀମାନେ ଖସିପଡ଼ିଥିଲେ। ସେମାନଙ୍କ ସଙ୍ଗେ ଯାଇଥିଲେ ଏକ ଟେଲିଭିଜନର ଦୁଇ ପ୍ରତିନିଧି। ଏହାପରେ ଓଡ୍ରାଫ୍‌ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ତାତ୍‌କ୍ଷାଣିକ ଉଦ୍ୟମ ଆରମ୍ଭ ହୋଇଥିଲା।

ଓଟିଭିର ଏହି ଦୁଇ ପ୍ରତିନିଧି ହେଲେ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା।  ସଦ୍ୟ ମିଳିଥିବା ଖବର ଅନୁସାରେ ଅରିନ୍ଦଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରଭାତଙ୍କୁ ଉଦ୍ଧାର କରାଯିବା ପ୍ରକ୍ରିୟା ଜାରି ରହିଛି।

ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍

Leave a Reply

Your email address will not be published. Required fields are marked *