ଚିଟଫଣ୍ଡ୍ ଠକେଇର ମୁଖ୍ୟ ପୁରୋଧା ଗିରଫ

(ଭୁବନେଶ୍ବର,ଓଡ଼ିଶା ଟାଇମ୍): କ୍ରାଇମବ୍ରାଞ୍ଚରର ଅର୍ଥନୈତିକ ଅପରାଧ ଶାଖା କ୍ୟୁ-ନେଟ ସ୍କାମର ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ କୁମାରଙ୍କୁ ଗିରଫ କରିଛି । ଅରବିନ୍ଦଙ୍କର ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପଲାଇ ଗାଁରେ । ତାଙ୍କୁ ଆଇପିସିର ଧାରା ୪୦୬, ୪୨୦, ୪୬୭ ସହ ଅନ୍ୟାନ୍ୟ ଧାରା ଏବଂ ସେକ୍ସନ ୪,୫,୬ ଚିଟଫଣ୍ଡ ଏବଂ ମନି ସର୍କୁଲେସନ ସ୍କିମ ଓ ସେକ୍ସନ ୬ ଓପିଆଇଡି ଆକ୍ଟରେ ଗିରଫ କରାଯାଇଛି । କ୍ୟୁ-ନେଟ ହେଉଛି ହଙ୍ଗକଙ୍ଗର ମଲଟିଲେବଲ ମାର୍କେଟିଂ କମ୍ପାନୀ । ଏହାର ଫ୍ରାଞ୍ଚାଇଜ ଭାରତରେ ବିହାନ ଡାଇରେକ୍ଟ ସେଲିଙ୍ଗ ପ୍ରାଇଭେଟ୍ ଲିମିଟେଡ୍ ନାମରେ କାମ କରୁଛି ।

ଚନ୍ଦନ ମହାଳିକ, ଶରତ ପରିଡା, ଦବବ୍ରତ ହରିଚନ୍ଦନ, ଅରବିନ୍ଦକୁମାର ଓ ପ୍ରଶାନ୍ତ କୁମାର ମାହନ୍ତି ଏହାର ଜିରେକ୍ଟର ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । ଏମାନେ ବେଆଇନ ଟଙ୍କା କାରବାର କରୁଥିଲେ ଓ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି। ପ୍ରଶାନ୍ତ କୁମାର ମହାନ୍ତି ଗିରଫ ହୋଇସାରିଛନ୍ତି । ତାଙ୍କ ସହ ପୂର୍ବରୁ ଶରତ କୁମାର ପରିଡା, ଦେବବ୍ରତ ହରିଚନ୍ଦନ ଓ ଚନ୍ଦନକୁମାର ମାହାଲିକ ମଧ୍ୟ ଗିରଫ ହୋଇସାରିଛନ୍ତି । ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ୩୧ ଜଣ ଜମାକାରୀଙ୍କଠାରୁ ୧.୨ କୋଟି ଟଙ୍କା ଠକି ନେଇଛନ୍ତି । 

Leave a Reply

Your email address will not be published. Required fields are marked *