ମିଜୋରାମରେ ଭୁମିକମ୍ପ ଝଟକା, ଲୋକେ ଭୟଭୀତ
ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ ଗୁରୁବାର ଦିନ ଭୁମିକମ୍ପ ଝଟକା ଅନୁଭୂତ ହୋଇଛି । ଚମ୍ପଇ ଜିଲ୍ଲାର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଦ୍ୱିପ୍ରହର ୨ଟା ୨୮ମି.ରେ ଅନୁଭୂତ ହୋଇଥିବା ଏହି ଭୁମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଛି ।
ଚମ୍ପଇ ଠାରୁ ଦକ୍ଷିଣପୂର୍ବରୁ ୨୩ କିମି. ଦୂରରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା ।
ଭୁମିକମ୍ପ ହେବା ଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିବା ବେଳେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ନିକଟ ଅତୀତରେ ଏହି ଅଞ୍ଚଳରେ ଅନେକ ଥର ଭୁମିକମ୍ପ ଝଟକା ଅନୁଭୂତ ମଧ୍ୟ ହୋଇଛି ।
ଏହି ଭୂମିକମ୍ପକୁ ମିଶାଇ ଗତ ୩ ସପ୍ତାହ ମଧ୍ୟରେ ୮ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଗତ ୩ ଦିନ ତଳେ ମିଜୋରାମରେ ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରହିଥିଲା । ଏହି ଭୁମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ ଚମ୍ପଇ ଠାରୁ ଦକ୍ଷିଣଦକ୍ଷିଣପୂର୍ବ ଅଞ୍ଚଳରୁ ୨୫ କିମି. ଦୂରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।
ସେହିପରି ଗତ ଜୁନ୍ ୧୮ ତାରିଖରୁ ଜୁନ୍ ୨୪ ତାରିଖ ମଧ୍ୟରେ ମିଜେରାମର ଚମ୍ପଇ, ସଇତୁଲ ଓ ସେରଚିପ୍ ଜିଲ୍ଲାରେ ଭୁମିକମ୍ପର ଝଟକା ଅନୁଭୂତ ହୋଇଥିଲା ।