ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦର ଦାମ ବୃଦ୍ଧି ମଧ୍ୟରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିଛି। ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣିଥରେ ବୃଦ୍ଧି ପାଇଛି। ସୋମବାର ମାର୍ଚ୍ଚ ୧ ତାରିଖକୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି। ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦାମ ବୃଦ୍ଧି ପାଇଛି। ଦର ଦାମ ବୃଦ୍ଧି ତା ସାଙ୍ଗକୁ ସିଲିଣ୍ଡର ଦାମ ବୃଦ୍ଧି ଯୋଗୁଁ ଚିନ୍ତାରେ ଉପଭୋକ୍ତା। ଏହା ପୂର୍ବରୁ ଫେବୃଆରୀ ୪ ତାରିଖରେ ୨୫ ଟଙ୍କା, ୧୪ ତାରିଖରେ ୫୦ ଟଙ୍କା ବୃଦ୍ଧି ପାଇଥିଲା। ଫେବୃଆରୀ ୨୫ ତାରିଖରେ ପୁଣି ୨୫ ଟଙ୍କା ବଢିଥିଲା। ୫ଦିନ ପରେ ପୁଣି ୨୫ ଟଙ୍କା ବଢି ମାସେ ମଧ୍ୟରେ ୧୦୦ ଟଙ୍କା ବଢିଥିଲା। ଚଳିତ ମାସ ଆରମ୍ଭରେ ପୁଣି ବଢି ସିଲିଣ୍ଡର ଦାମ ୧୨୫ ଟଙ୍କା ବୃଦ୍ଧି ପାଇଛି। ଡିସେମ୍ବରରେ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ହୋଇଥିଲା।

ବର୍ତ୍ତମାନ ୧୪.୨ କିଲୋ ନନ ସବସିଡି ସିଲିଣ୍ଡର ପାଇଁ ଆହୁରି ୨୫ ଟଙ୍କା ଦେବାକୁ ହେବ। ନୂଆ ଦାମ ଆଜିଠାରୁ ଲାଗୁ ହେବ। ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୭୯୪ ଟଙ୍କାରୁ ବଢି ୮୧୯ ଟଙ୍କା ହୋଇଛି। ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ଦାମ ୮୧୯ ଟଙ୍କା ହୋଇଛି। କୋଲକାତାରେ ୮୪୫.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୩୫ ଟଙ୍କା ହୋଇଛି।

ପ୍ରତି ମାସ ପ୍ରଥମ ତାରିଖରେ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପରିବର୍ତ୍ତନ ହୋଇ ନୂଆ ଦାମ ଲାଗୁ ହୋଇଥାଏ। ଦିଲ୍ଲୀରେ ୧୯ କିଲୋ କମର୍ସିୟାଲ ସିଲିଣ୍ଡର ଦାମ ୯୦.୫୦ ଟଙ୍କା ବୃଦ୍ଧି ପାଇ୧୬୨୪ ଟଙ୍କା ହୋଇଛି। ମୁମ୍ବାଇରେ ଏହି ସିଲିଣ୍ଡର ଦାମ ୧୫୬୩.୫୦ ଟଙ୍କା, କୋଲକାତାରେ ୧୬୮୧.୫୦ ଟଙ୍କା ଓ ଚେନ୍ନାଇରେ ୧୭୩୦ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *