ଭିନ୍ନ ଜଣେ ଗାନ୍ଧୀ!

ପୁରୀ (ଓଟି): ଠିକ୍‌ ଗାନ୍ଧିଜୀଙ୍କ ଭଳି ରୂପ। ଦେଖିବାକୁ ଯେମିତି, ବେଶଭୂଷା ବି ସେମିତି। ଖାଲି ସେତିକି ନୁହେଁ, କାର୍ଯ୍ୟଧାରା ଓ ଚିନ୍ତନ ମଧ୍ୟ ଠିକ୍‌ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରେରିତ। ଆଣ୍ଠୁ ଲୁଚୁ ନଥିବା ଧୋତି ପିନ୍ଧି ସେ ଚନ୍ଦ୍ରଭାଗା ବେଳାଭୂମି ସଫେଇ କାର୍ଯ୍ୟରେ ରହୁଛନ୍ତି ବ୍ୟସ୍ତ। ତେବେ ସେ ଏଇଠି କୋଉଠିର ବାସିନ୍ଦା ନୁହନ୍ତି। ସେ ହେଉଛନ୍ତି ୭୩ ବର୍ଷୀୟ ଫ୍ରାନ୍ସର ନାଗରିକ ଜିନାଟ୍‌ ମର୍ଶିନିଆକ୍‌।

ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଓ ଆଦର୍ଶରେ ନିଜକୁ ଉତ୍ସର୍ଗ କରିଥିବା ମର୍ଶିନିଆକ୍‌ ହେଉଛନ୍ତି ପେଶାରେ ଜଣେ ସଫେଇ କର୍ମଚାରୀ। ଅହିଂସା ଓ ବିଶ୍ୱ ଶାନ୍ତିର ବାର୍ତ୍ତା ବାଣ୍ଟି ବାଣ୍ଟି ସେ କୋଣାର୍କରେ ପହଞ୍ଚିଛନ୍ତି। ତବେ ଥରେ ନୁହେଁ କି ଦି’ଥର, ୪ ବର୍ଷ ହେଲା ସେ କୋଣାର୍କ ଆସୁଥିବା ବେଳେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସହ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ‘ମୋ‘ ବିଚ୍‌’ କାର୍ଯ୍ୟକ୍ରମରେ ଯୋଗଦେବା ସହ ସାଧାରଣ ଲୋକଙ୍କ ଗହଣରେ ଚନ୍ଦ୍ରଭାଗା ବେଳାଭୂମି ସଫେଇ କରିବାକୁ ସେ ଭଲ ପାଆନ୍ତି।

ଠିକ୍‌ ଗାନ୍ଧୀଙ୍କ ପରି ଦେଖାଯାଉଥିବାରୁ ସେ ନିଜେ ଯେତିକି ଖୁସି ସବୁଠି ସେତିକି ଲୋକପ୍ରିୟ ହୋଇପାରିଛନ୍ତି।

Leave a Reply

Your email address will not be published. Required fields are marked *