ଓଡ଼ିଶା ଲୋକାୟୁକ୍ତଙ୍କ କୋର୍ଟରେ ପ୍ରଥମ ଆଇଏଏସ୍: ବିଷ୍ଣୁପଦ ସେଠୀଙ୍କୁ ନୋଟିସ୍
ଭୁବନେଶ୍ଵର, (ଓଟି): ଆଇଏଏସ୍ ଙ୍କ ଭିତରେ ପ୍ରଥମେ ଲୋକାୟୁକ୍ତଙ୍କ ଜାଲରେ ପଡ଼ିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ। ଲୋକାୟୁକ୍ତ ତାଙ୍କୁ ନୋଟିସ୍ ଜାରି କରି ପକ୍ଷ ରଖିବା ପାଇଁ କହିଛନ୍ତି। ଅଗଷ୍ଟ ୧୯ ତାରିଖ ସୁଦ୍ଧା ସେ ନିଜର ମତ ରଖିପାରନ୍ତି।
ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ସୂଚନାକର୍ମୀ ଶ୍ରୀକାନ୍ତ ପାକଳ ଜୁଲାଇ ୧ ତାରିଖରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ପାକଳଙ୍କ ଅଭିଯୋଗ ଉପରେ ଲୋକାୟୁକ୍ତ ଗତ ୯ତାରିଖରେ ଶ୍ରୀ ସେଠୀଙ୍କୁ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି।