#LockdownBan: ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସ କାରବାର ମନା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କିଛିଦିନ ତଳେ କୋରିୟର୍‌ ଓ ଅନ୍‌ଲାଇନ୍‌ ଶପିଂ ପ୍ଲାଟ୍‌ଫର୍ମକୁ ଖୋଲିଥିବା କେନ୍ଦ୍ର ସରକାର ୟୁଟର୍ନ ନେଇଛନ୍ତି। ରବିବାରଦିନ ଏକ ବିଜ୍ଞପ୍ତି ଆଦେଶରେ କହିଛନ୍ତି ଯେ, ଅଣ ଅତ୍ୟାବଶ୍ୟକ ସାମଗ୍ରୀର କାରବାର ସୋମବାରଠୁ ହୋଇ ପାରିବ ନାହିଁ। ଅର୍ଥାତ୍‌ ଇ-କମର୍ସ ପ୍ଲାଟ୍‌ଫର୍ମରେ ଆପଣ ମୋବାଇଲ୍‌ ଫୋନ୍‌, ରେଫ୍ରିଜରେଟର ବା ରେଡିମେଡ୍‌ ପୋଷାକ କିଣିବାକୁ ଯଦି ଆଶା ରଖି ଛନ୍ତି ତେବେ ତାହା ହୋଇପାରିବ ନାହିଁ।

କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଏହି ଆଦେଶ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଲକ୍‌ଡାଉନ୍‌ ଥିବା ଯାଏ ଏହିସବୁ ଅଣ ଅତ୍ୟାବଶ୍ୟକ ସେବା ତଥା କାରବାର ଅନ୍‌ଲାିନ୍‌ ପ୍ଲାଟଫର୍ମରେ ହୋଇପାରିବ ନାହିଁ। ଏହାବାଦ୍‌ ଯେଉଁ ଗାଡ଼ି ଗୁଡ଼ିକ ସହରରେ ଅନ୍‌ଲାଇନ୍‌ ସାମଗ୍ରୀ ପ୍ରଦାନ ପାଇଁ ବ୍ୟବହାର କରାଯିବ ସେଗୁଡ଼ିକ ଆଗୁଆ ପ୍ରଶାସନର ଅନୁମତି ନେବାକୁ ହେବ ବୋଲି ଏହି ବିଜ୍ଞପ୍ତି ସ୍ପଷ୍ଟ କରିଛି। ହେଲେ ପୂର୍ବରୁ ଜାରି ହୋଇଥିବା ଆଦେଶ କାହିଁକି ବଦଳିଲା ତାହା ଏଯାଏ ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *