ତାମିଲନାଡୁରେ ବିଗିଡିଲା ସ୍ଥିତି, ପୁଣି ହେବ ଲକ୍ଡାଉନ୍
ତାମିଲନାଡୁ, (ଓଡିଶା ଟାଇମ୍) : ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢୁଛି । ତାମିଲନାଡୁ ସହ ଚେନାଇ ସମେତ ଅନେକ ସହରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାରୋଟି ଜିଲ୍ଲାରେ ଜୁନ ୧୯ ରୁ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ୪ ଜିଲ୍ଲା ହେଉଛି ଚେନ୍ନାଇ, କାଞ୍ଚିପୁରମ, ଚେଙ୍ଗଲପଟ୍ଟୁ ଓ ତିରଭଲ୍ଲୁର। ଏହି ସବୁ ଜିଲ୍ଲା ମେଟ୍ରୋପୋଲିଟିନ୍ ଚେନ୍ନାଇ ପୋଲିସ ଅନ୍ତର୍ଗତରେ ରହିଛି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇକେ ପଲାନିସାମୀ ଜୁନ ୧୯ରୁ ଜୁନ ୩୦ ମଧ୍ୟରେ ଲାଗୁ କରୁଥିବା ଲକ୍ଡାଉନ୍କୁ ‘ମ୍ୟାକ୍ସିମାଇଜ୍ ରେଷ୍ଟ୍ରିକ୍ଟେଡ୍ ଲକ୍ଡାଉନ୍’ ନାମ ଦିଆଯାଇଛି। ଯେଉଁ ୪ ଜିଲ୍ଲାରେ ଲକ୍ଡାଉନ୍ ଲାଗୁ ହୋଇଛି, ସେଠାରେ ନିୟମକାନୁନ କଡାକଡି ପାଳନ କରାଯିବ। ଉଲ୍ଲେଖନୀୟ ଚେନ୍ନାଇ ସହରରେ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି।
ତାମିଲନାଡୁରେ ଏବେ ପ୍ରତି ଦିନ ପ୍ରାୟ ଦୁଇ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଦ୍ୟାବଧି ରାଜ୍ୟରେ ମୋଟ୍ ୪୪, ୬୬୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଲେ ୪୩୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଆଶ୍ଵସ୍ତିକର କଥା ୨୪, ୫୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାମିଲନାଡୁରେ ଅଧିକାଂଶ ସଂକ୍ରମିତ ଚେନ୍ନାଇ ଏବଂ ଏହାର ଆଖପାଖ ସହରରୁ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ଲକ୍ଡାଉନ୍ ଲାଗୁ କରାଯାଉଛି।