#Lockdown: ୨୦ରୁ ଖୋଲିବ ସବ୍‌ରେଜିଷ୍ଟ୍ରାର୍‌ ଅଫିସ, ଚାଲିବ ଜମିଜମା ପଞ୍ଜିକରଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଳମ୍ବାରେ ସବ୍ରେଜିଷ୍ଟ୍ରାର୍‌ ଅଫିସକୁ ଲକ୍‌ଡାଉନ୍‌ ସମୟରେ ଖେଶଲିବା ଲାଗି  ନିଷ୍ପତ୍ତି ନେଇଛନ୍ତି। ସହରାଞ୍ଚଳରେ ୩୩ ପ୍ରତିଶତ ଷ୍ଟାଫଙ୍କୁ ନେଇ ଏହି ଅଫିସ୍‌ ଚାଲିବ, କିନ୍ତୁ ସହରାଞ୍ଚଳ ବାହାରେ ଥିବା ସବ୍‌ରେଜିଷ୍ଟ୍ରାର୍‌ ଅଫିସସବୁ ୧୦୦ ପ୍ରତିଶତ କାର୍ଯ୍ୟକ୍ଷମ ହେବେ।  ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଷ୍ଟାମ୍ପ ଭେଣ୍ଡରମାନେ ମଧ୍ୟ ସେମାନଙ୍କ କାଉଣ୍ଟର ଖୋଲିବେ। ଅର୍ଥାତ୍‌ ଜମିଜମା ପଞ୍ଜିକରଣ କାର୍ଯ୍ୟ ପୁୁଣି ଆରମ୍ଭ ହେବ।

ଶନିବାରଦିନ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ,  ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତିରେ ରାଜସ୍ଵ ପର୍ଷଦ, ସବ୍‌ରେଜିଷ୍ଟ୍ରାର୍‌ ଅଫିସଗୁଡ଼ିକୁ ୨୦ ତାରିଖରୁ ଖୋଲିବାକୁ ଥିବା ସରକାରୀ କାର୍ଯ୍ୟାଳୟ ତାଲିକାରେ ଗୁନ୍ଥା ଯାଇ ନଥିଲା। ହେଲେ ଖୋର୍ଦ୍ଧା, କଟକ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, କଳାହାଣ୍ଡି, ଢେଙ୍କାନାଳ  ଏବଂ ଯାଜପୁର ଜିଲ୍ଲାର ଏନ୍‌ଏସ୍‌ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଏହିପରି ଅଫିସଗୁଡ଼ିକୁ ୩୩ ପ୍ରତିଶତ କର୍ମଚାରୀଙ୍କ ଦ୍ଵାରା କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ସମସ୍ତ ଗ୍ରୁପ୍‌ -ଏ କର୍ମଚାରୀ ଉପସ୍ଥିତ ରହିବେ। ବି, ସି ଓ ଡି ଗ୍ରୁପ୍‌ କର୍ମଚାରୀମାନେ ରୋଷ୍ଟର ଭିତ୍ତିରେ ଆସିବେ। କିଏ କେବେ ଆସିବେ ତାହାର ତାଲିକା ମୁଖ୍ୟ କାର୍ଯ୍ୟାଳୟଙ୍କ ଦ୍ଵାରା ସ୍ଥିର କରାଯିବ। ଏନ୍‌ଏସି ବାହାରେ ଥିବା ଏହିପରି ଅଫିସଗୁଡ଼ିକ ସମ୍ପୂଣ୍ଣ କର୍ମଚାରୀଙ୍କ ଦ୍ଵାରା ଖୋଲିବା ନିଷ୍ପତ୍ତି ହୋଇଛି। ଏଠାରେ ସମସ୍ତ ଷ୍ଟାମ୍ପ ଭେଣ୍ଡରଙ୍କୁ ଷ୍ଟାମ୍ପ ବିକ୍ରି କରିବାର ଅନୁମତି ମିଳିବ।

ଆର୍‌ଡିସି, ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତହସିଲ, ଆର୍‌ଆଇ ଅଫିସ ସମ୍ପୂଣ୍ଣ ଷ୍ଟାଫ୍‌ଙ୍କ ଦ୍ଵାରା ପରିଚାଳିତ ହେବ। ଏମାନେ କୋଭିଡ୍‌ ପରିଚାଳନାର ଅଙ୍ଗ ଭାବେ କାର୍ଯ୍ୟ କରିବେ।

ସବୁ ବାଲିଘାଟ, କ୍ରଶର, ପଥର ଖଣି ବି କାର୍ଯ୍ୟକ୍ଷମ ହେବ। ଏହି ସମସ୍ତ କାର୍ଯ୍ୟାଳୟ ୨୯ ମାର୍ଚରେ ପ୍ରକାଶିତ କୋଭିଡ୍‌ ନିୟମାବଳୀକୁ ପାଳନ କରିବେ ବୋଲି କୁହାଯାଇଛି।

 

Leave a Reply

Your email address will not be published. Required fields are marked *