ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭା ସରଗରମ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଧାନସଭାରେ ସରଗରମ ଆଲୋଚନା । ରାଜ୍ୟ ସରକାରଙ୍କୁ ବିଜେପିର ଜୋରଦାର ଟାର୍ଗେଟ୍ । ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଆଇନ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଥିବାରୁ ସେ ଇସ୍ତଫା ଦିଅନ୍ତୁ । ମାନସ ଦାସ ଆଦିବାସୀ ପରିବାରଗୁଡିକ ଉପରେ ଅତ୍ୟାଚାର କରୁଥିଲେ । ବିଜେଡ଼ି ନେତାଙ୍କ ସହ ତାଙ୍କ ଫଟୋ ଭାଇରାଲ ହୋଇଥିଲା । ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ପୋଲିସ ଫେଲ୍ ମାରିଛି । ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ।

ଘଟଣାରେ ଜଙ୍ଗଲ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାରୁ ଡ଼ିଏଫଓକୁ ସୁରକ୍ଷା ଦିଆଯାଉଛି । କୁହାଯାଇଛି, ତାଙ୍କ ପ୍ରାଇଭେଟ୍ ସଚିବ ତଦନ୍ତରେ ଚାପ ସୃଷ୍ଟି କରୁଥିଲେ । ତେଣୁ ଏହି ସବୁ ଘଟଣାରେ ନିରପେକ୍ଷ ତଦନ୍ତ କରାଯାଉ । ଏହା ବାଦ୍ ରାଜ୍ୟରେ ହତ୍ୟା ଓ ଦୁଷ୍କର୍ମ, ନାରୀ ନିର୍ଯାତନା ବଢ଼ି ଚାଲିଛି । ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ହାଜତ ମୃତ୍ୟୁ ପ୍ରସଙ୍ଗ ବି ଉଠାଇଛି ବିଜେପି ।

Leave a Reply

Your email address will not be published. Required fields are marked *