ଲାଲକିଲ୍ଲା ହିଂସା ମାମଲାରେ ଦିଲ୍ଲୀ ପୋଲିସକୁ ବଡ ସଫଳତା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଜାନୁଆରୀ ୨୬ ତାରିଖରେ କୃଷକ ରାଲି ବେଳେ ଦିଲ୍ଲୀ ଲାଲକିଲ୍ଲାରେ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଥିଲେ । କୃଷକମାନେ ବ୍ୟାପକ ହିଂସାକାଣ୍ଡ ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ୍ ୨୫ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି । ଫଟୋ ଜରିଆରେ ସେମାନଙ୍କ ପରିଚୟ ମିଳିଛି ।

ଲାଲକିଲ୍ଲା ହିଂସାକାଣ୍ଡରେ ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜ୍ ବ୍ୟତୀତ ସାଧାରଣ ଲୋକଙ୍କ ଦ୍ୱାରା ଉତ୍ତୋଳନ ହୋଇଥିବା ଭିଡିଓ ଯାଞ୍ଚ୍ କରିଥିଲା । କାରଣ ସେଠାରେ ଉପସ୍ଥିତ ଥିବା ଅନେକ ସାଧାରଣ ଲୋକ ମଧ୍ୟ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚର ଏସଆଇଟି ଫରେନ୍ସିକ୍ ଏକ୍ସପର୍ଟ ସହ ମିଶି ଭିଡିଓ ଓ ଫଟୋର ଯାଞ୍ଚ୍ କରିଥିଲେ । ଏଥିରେ ୨୫ ଉପଦ୍ରବକାରୀଙ୍କ ପରିଚୟ ମିଳିଛି । ଏହି ଫଟୋ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରିପୋର୍ଟ ଅନୁସାରେ, ଏହି ଫଟୋରେ ଦୀପସିଦ୍ଧୁ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି । ଏହି ମାମଲାରେ ଦୀପ ଏବେବି ଫେରାର ରହିଛି । ଏଥିପାଇଁ ତାଙ୍କ ମୁଣ୍ଡ ଉପରେ ଦିଲ୍ଲୀ ପୋଲିସ ପୁରସ୍କାର ରାଶି ଘୋଷଣା କରିଛି । ପୋଲିସର କହିବାନୁସାରେ ହିଂସାକୁ ଯୋଜନାବଦ୍ଧ ଭାବେ ରୂପ ଦିଆଯାଇଥିଲା । ଏହାସହ କେତେକ ଉପଦ୍ରବକାରୀ ପୋଲିସ ହାତରୁ ଅସ୍ତ୍ର ଛଡାଇ ଆକ୍ରମଣ କରିଥିଲେ । ସେମାନଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ୍ । ଅତିଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *