ଲଦାଖରେ ଚୀନକୁ ଝଟକା, ଭୀଷଣ ଥଣ୍ଡାରେ ଡ୍ରାଗନ ସେନାଙ୍କ ମୃତ୍ୟୁ

ଲାଦାଖ୍, (ଓଡିଶା ଟାଇମ୍) :ଲଦାଖରେ ଭୀଷଣ ଥଣ୍ଡା ଏବେ ଆରମ୍ଭ ହୋଇ ନାହିଁ ମାତ୍ର ଚୀନ ସେନାକୁ ବଡ଼ ଝଟକା ଲାଗିଛି। ପୋଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ଚୀନ ସେନା ପିଏଲଏକୁ ଜନହିତର କ୍ଷତି ସହିବାକୁ ପଡିଛି । କୁହାଯାଉଛି ଏହି ଇଲାକରେ ରାତିରେ ଏବେଠୁ ଥଣ୍ଡା ହେଉଛି। ଚୀନ ସେନା ଏହି ଥଣ୍ଡାକୁ ସହିପାରୁ ନାହାନ୍ତି ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହା ପୂର୍ବରୁ ଚୀନ ଦାବି କରିଥିଲା ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆଧୁନିକ ବ୍ୟାରେକ ତିଆରି କରିଛି। ଯେଉଁଥିରେ ତାପମାତ୍ରା ସବୁବେଳେ ଗରମ ରହିବ। କେବଳ ଏତିକି ନୁହେଁ ଚୀନ ସୈନିକ ଏଥିରେ ଗାଧୋଇ ମଧ୍ୟ ପାରିବେ।

ସୂତ୍ର ଅନୁସାରେ ଏକ ସପ୍ତାହ ହେବ ଏଲଏସିରେ ବଡ଼ ସଂଖ୍ୟାରେ ପିଏଲଏ ସୈନିକଙ୍କ ମୃତ ଦେହ ଉଦ୍ଧାର କରାଯାଉଛି। ଏହା ସହ ଅସୁସ୍ଥ ସେନୖକଙ୍କୁ ନିକଟସ୍ଥ ଅସ୍ଥାୟୀ କେନ୍ଦ୍ରକୁ ନିଆଯାଉଥିବା ଦେଖାଯାଇଛି। ୧୫ ହଜାରରୁ ୧୬ ହଜାର ଫୁଟ ଭାଗରେ ଭାରତ ଓ ଚୀନ ସୈନିକ ଏବେ ସୁଦ୍ଧା ମହଜୁଦ ରହିଛନ୍ତି। ପିଏଲଏ ନିକଟସ୍ଥ ପ୍ରାୟ ୫ ହଜାର ସୈନିକ ପୋଙ୍ଗଙ୍ଗର ଉତ୍ତର କୂଳରେ ଅଛନ୍ତି।

ସୂଚନାଯୋଗ୍ୟ ମେ ମାସରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏବେ ଏ କଥା ଇସାରା କରୁଛି ଯେ ପିଏଲଏର ପଛକୁ ହଟିବାରେ ଏମାାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ରୋଟେସନ ନିୟମରେ ପିଏଲଏ ଯବାନଙ୍କୁ ଫରଓ୍ବାର୍ଡ ଇଲାକାରେ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *