ଭାରତ ସୀମା ନିକଟରେ ମିସାଇଲ୍ ଛାଡିଲା ଚୀନ୍: ଥରି ଉଠିଲା ପାହାଡ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଶେଷ ହେବାର ନାଁ ନେଉନାହିଁ। ଚୀନ ସେନା ପିପୁଲ୍ସ ଲିବେରେସନ ଆର୍ମି ଭାରତୀୟ ସୀମାର ଅତି ନିକଟରେ ମିସାଇଲ ଚଲାଇଛି। ରକେଟ ଲଞ୍ଚର ଦ୍ୱାରା ଲଗାତାର ଗୋଳାବାରୁଦ ଛାଡିବା ପରେ ଲଦାଖ ପାହାଡ ଥରି ଉଠିଥିଲା। ଚୀନର ଏହି ଯୁଦ୍ଧାଭ୍ୟାସ ପଛରେ ଉଦ୍ଦେଶ୍ୟ ହେଲା ଭାରତ ଉପରେ ମନୋବୈଜ୍ଞାନିକ ଚାପ ସୃଷ୍ଟି କରିବା। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ ଏହି ଅଭ୍ୟାସରେ ୯୦ ପ୍ରତିଶତ ନୂଆ ଅସ୍ତ୍ର ବ୍ୟବହାର କରାଯାଇଛି।
ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ସୀମାରେ ବହୁ ସଂଖ୍ୟାକ ଚୀନ ସେନା ନିୟୋଜିତ କରିବା, ଉଭୟ ପକ୍ଷରୁ ହୋଇଥିବା ଚୁକ୍ତିର ବିପରୀତ। ଯେତେବେଳେ ଉବଭୟ ଦେଶର ସେନା ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଉପସ୍ଥିତ ରୁହନ୍ତି ସେତେବେଳେ ତାହା ହିଁ ଘଟେ ଯାହା ଜୁନ ୧୫ ତାରିଖରେ ଘଟିଥିଲା। ଏହି ବ୍ୟବହାର କେବଳ କଥାବାର୍ତ୍ତାକୁ ପ୍ରଭାବିତ କରୁନି ବରଂ ୩୦ ବର୍ଷର ସମ୍ପର୍କକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ଜୟଶଙ୍କର କହିଛନ୍ତି।