କୋଟିଆ ମାମଲା : ସୁପ୍ରିମକୋର୍ଟରେ ଆସନ୍ତା ୧୯ରେ ଶୁଣାଣି, ତଥ୍ୟ ଯୋଗାଡ଼ କରୁଛି ଓଡ଼ିଶା

କୋଟିଆ, (ଓଡିଶା ଟାଇମ୍) :ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହେବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ କାଗଜ ପତ୍ର ସହ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି। ଭିଡିଓ କନଫରେନ୍ସିଂରେ କୋଟିଆ ସମ୍ପର୍କରେ ଆଡଭୋକେଟ ଅନ ରେକର୍ଡଙ୍କ ପାଖରେ ଓଡ଼ିଶାର ତଥ୍ୟ ଦାଖଲ ପାଇଁ କୋରାପୁଟର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ , ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରଭୃତିରେ ଥିବା ରେକର୍ଡ ରୁମରେ ଥିବା ବିଭିନ୍ନ କାଗଜ ପତ୍ର ଏକାଠି କରିବାର ପ୍ରକ୍ରିୟା ଜୋରସୋରରେ ଚାଲିଛି।

ଆନ୍ଧ୍ର ପ୍ରଦେଶ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ସୁପ୍ରିମକୋର୍ଟରେ ରାଜ୍ୟସରକାର ଅଦାଲତ ଅବମାନନା ମାମଲା ଦାଖଲ କରିଥିବାବେଳେ ଏହାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ। ଆନ୍ଧ୍ରର ଏହି ମନମାନି ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କରିଥିବା ଅଦାଲତ ଅବମାନନା ପ୍ରସଙ୍ଗ ଯେଭଳି ଠିକଣା ଭାବେ ପରିଚାଳନା ହୁଏ, ତାକୁ ଦୃଷ୍ଟିରେ ରଖି ସବୁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ଏନେଇ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *