ବଢୁଛି କରୋନା ସଂକ୍ରମଣ, କୋଶଳା ପଞ୍ଚାୟତ ୭୨ ଘଣ୍ଟା ସଟ୍ ଡାଉନ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ସରପଞ୍ଚ ବିଳାସ ସାହୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସେହି ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଫଳରେ ଦୋକାନ ବଜାର, ସାପ୍ତାହିକ ହାଟ ବନ୍ଦ ରହିଛି । ଲୋକଙ୍କ ଯାତାୟତ ମଧ୍ୟ ରହିଛି । ଅନ୍ୟ ଅଞ୍ଚଳରୁ ଏହି ଅଞ୍ଚଳକୁ କେହି ନ ଆସିବା ପାଇଁ ମଧ୍ୟ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜଣାଇଛନ୍ତି ।
ଏହି ଅଞ୍ଚଳରେ ୧୫ ହଜାର ଲୋକ ବସବାସ କରନ୍ତି ସଂକ୍ରମଣ ବଢିବାର ଆଶଙ୍କା ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।