କୋଭିଡ୍‌ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିବ କୋଣାର୍କ ମନ୍ଦିର

ଭୁବନେଶ୍ବର, (ଓଡିଶା ଟାଇମ୍): ଗାଇଡଲାଇନ୍‌ରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଆଜିଠାରୁ(ସୋମବାର) ଖୋଲିବ । ପ୍ରବେଶ କରିବା ପାଇଁ ଅନ୍‌ଲାଇନ୍‌ରେ ଟିକେଟ ଉପଲବ୍ଧ ହେବ । ମୁଖ୍ୟ ପ୍ରବେଶ ପଥରେ ଏଏସ୍‌ଆଇର ବୋର୍ଡ ଲଗାଯାଇଛି । ପର୍ଯ୍ୟଟକମାନେ ଏହି ବୋର୍ଡରେ ରହିଥିବା କ୍ୟୁଆର କୋର୍ଡକୁ ସ୍ମାର୍ଟଫୋନରେ ସ୍କାନ କରି ସାମାଜିକ ଦୂରତା ରକ୍ଷା କରି ମନ୍ଦିର ଭିତରକୁ ପ୍ରବେଶ କରିବେ ।ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅନ୍‌ଲାଇନରେ ଦୈନିକ ଦୁଇ ହଜାର ପର୍ଯ୍ୟଟକଙ୍କ ପାଇଁ ଟିକେଟ ମିଳିବ । ପରେ ପର୍ଯ୍ୟଟକମାନେ କାଉଣ୍ଟରରୁ ଅଫଲାଇନ୍‌ ଟିକେଟ କରି ମନ୍ଦିର ଭିତରକୁ ଯାଇପାରିବେ ।

ମନ୍ଦିର ଖୋଲିବା ପୂର୍ବରୁ ଏଏସ୍‌ଆଇ ପ୍ରସ୍ତୁତି ଆରମ୍ଭ କରିଛି । କରୋନା ବିପତ୍ତି ସମୟରେ ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟଡାଉନ୍‌ ଯୋଗୁ ଗତ ଏପ୍ରିଲ ୧୬ ତାରିଖରୁ ବନ୍ଦ ରହିଥିଲା ସୂର୍ଯ୍ୟମନ୍ଦିର । ସୂର୍ଯ୍ୟମନ୍ଦିର ବନ୍ଦ ଯୋଗୁ ଲାଇଟ ଆଣ୍ଡ ସାଉଣ୍ଡ ସୋ ମଧ୍ୟ ପ୍ରଭାବିତ ହୋଇଛି । ଏ ସମ୍ପର୍କରେ ସଂରକ୍ଷଣ ଅଧିକାରୀ ନୀରଜ ସିଂଙ୍କୁ ପଚାରିବାରୁ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ ମ୍ୟୁଜିୟମ କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ଖୋଲା ରହିବ । ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *