ଆଜି ଠାରୁ ଆରମ୍ଭ କୋଣାର୍କ ମହୋତ୍ସବ

କୋଣାର୍କ, (ଓଡିଶା ଟାଇମ୍) : ଆଜିଠୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । ଝଲସିବ ମୁକ୍ତାକାଶ ରଙ୍ଗମଞ୍ଚ। ଚଳିତ ବର୍ଷ କୋଭିଡ ଗାଇଡଲାଇନ ମଧ୍ୟରେ କୋଣାର୍କ ମହୋତ୍ସବ ଆୟୋଜନ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଧରି ଅନୁଷ୍ଠିତ ହେବ ଏହି ଉତ୍ସବ।

ଏହାସହ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆନ୍ତଃଜାର୍ତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆରମ୍ଭ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି। କୋଣାର୍କର ରଙ୍ଗମଞ୍ଚ ଓ ବେଳାଭୂମିକୁ ନୂଆ ରୂପରେ ସଜ୍ଜିତ କରାଯାଇଛି। ରଙ୍ଗମଞ୍ଚରେ ଲାଗିଥିବା ତୋରଣ, ଆଲୋକ ସଜ୍ଜା ଓ ଅନ୍ୟାନ୍ୟ ବାହ୍ୟ ସାଜସଜ୍ଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସେହିପରି ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବାରିକେଡ ନିର୍ମାଣ, ଆଲୋକୀକରଣ ଓ ତୋରଣ ନିର୍ମାଣ କରାଯାଇଛି। କୋଣାର୍କ ଉତ୍ସବରେ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶୀ, କଥକ, କଳାକାରଙ୍କ ଦ୍ୱାରା ବାର୍ଲି ନୃତ୍ୟ, ମୋହିନୀ ଆଟମ, ଭାରତ ନାଟ୍ୟମ ଆଦି ନୃତ୍ୟ ପରିବେଷଣ ହେବ।

Leave a Reply

Your email address will not be published. Required fields are marked *