ଓଡ଼ିଶା ଗାଡ଼ିରେ ୧୦୦୦ କେଜି ବାରୁଦ ବଂଲାଦେଶ ମୁହାଁ
ବାହାର୍ଦା, (ଦିବ୍ୟଜ୍ୟୋତି ପାତ୍ର): ବାଲେଶ୍ଵରର ଏକ ମିନିଟ୍ରକ୍ରେ ୧ ହଜାର କିଲୋକ ବାରୁଦ ତଥା ବିସ୍ଫୋରକୁ ବାଂଲାଦେଶ ମୁହାଁ ଯାଉଥିବା ବେଳେ ଜବତ ହୋଇଛି। କୋଲକତାର ଟାଲା ବ୍ରିଜ୍ ଉପରୁ ଏହି ଟ୍ରକ୍କୁ ପୁଲିସ ଜବତ କରିଥିବା ଖବର ମିଳିଛି। ଏହାସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ଜଣେ ଡ୍ରାଇଭର ଆଉ ଜଣେ ଖଲାସୀ। ଏହି ଦୁଇଜଣ ହେଲେ ବସ୍ତା ଥାନା ଅନ୍ତର୍ଗତ ତାଳଦଣ୍ଡା ଗ୍ରାମର ଇନ୍ଦ୍ରଜିତ ଭୋଇ, ଯିଏକି ଡ୍ରାଇଭର ଭାବେ ଗାଡ଼ି ଚଳାଉଥିଲେ ଏବଂ ମଥାନୀ ଗ୍ରାମର ପଦ୍ମଲୋଚନ ଦେ’ ଯିଏ କି ତାଙ୍କ ସହାୟକ ରହିଛନ୍ତି।

ରାତି ୧୨ଟା ବେଳେ କୋଲକତା ପୁଲିସର ଟାସ୍କଫୋର୍ସ ଏହି ଦୁଇଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି। ଗାଡ଼ିଟିର ଡାଲାରେ ପାଲ ବନ୍ଧା ଯାଇ ବିସ୍ଫୋରକ ସାମଗ୍ରୀ ରଖାଯାଇଥିଲା। ଏବେ ଦେଶରେ ଆତଙ୍କବାଦୀ ଓ ନିର୍ବାଚନ ନେଇ ମାହୋଲ ସରଗରମ ଥିବାବେଳେ ଏହିପରି ବିସ୍ଫୋରକ ଚାଲାଣ ଏବେ ଘଟଣାର ରହସ୍ୟକୁ ବଢ଼ାଇଛି ।